ଓଡିଶା

ଡାକ୍ତରଖାନାରେ ସୁବାସ ଚୌହ୍ୱାନ

ଭୁବନେଶ୍ଵର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁବାସ ଚୌହ୍ୱାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଣ୍ଡିସ ପରେ ତାଙ୍କୁ ପ୍ରୋଷ୍ଟେଟ କ୍ୟାନ୍ସର ହୋଇଥିବା ଜଣାପଡ଼ିଛି। କିଛି ଦିନ ହେଲା ଚିକିତ୍ସାଧିନ ଅଛନ୍ତି। ରାଜ୍ୟ ବାହାରକୁ ଯାଇ ମଧ୍ୟ ଚିକିତ୍ସିତ ହୋଇ ଫେରିଥିଲେ। ତେବେ, ମଙ୍ଗଳବାର ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଥିବା ତାଙ୍କ ପରିବାର ଲୋକଙ୍କ ସୂଚନାରୁ ଜଣାପଡିଛି।

ଏଠାରେ ସୂଚନାଯୋଗ୍ୟ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍)ର ଜଣେ ସ୍ୱୟଂ ସେବକ ସୁବାଷ ଚୌହାନ ଦୀର୍ଘ ଦିନ ହେଲା ସଂଘ ପ୍ରଚାରକ ଭାବରେ କାମ କରି ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ବଜରଙ୍ଗ ଦଳ ଆଦି ଦାୟିତ୍ୱରେ ଥିଲେ। ସେ ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ, ରାଷ୍ଟ୍ରୀୟ ସହ- ସଂଯୋଜକ ଏବଂ ପରେ ରାଷ୍ଟ୍ରୀୟ ସଂଯୋଜକ ଭାବରେ ଦାୟିତ୍ୱ ତୁଲାଇ ଥିଲେ। ୨୦୧୪ ମସିହାରେ ସେ ପ୍ରଥମେ ରାଜନୀତିରେ ପାଦ ଦେଇ ବରଗଡ଼ ଲୋକସଭା ଆସନରୁ ବିଜେପି ଟିକେଟରେ ଲଢ଼ିଥିଲେ। ତେବେ ସ୍ୱଳ୍ପ ବ୍ୟବଧାନରେ ସେ ହାରି ଯାଇଥିଲେ। ଏହାପରେ ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଜେପିର ରାଜ୍ୟ ନେତୃତ୍ୱଙ୍କ ସହିତ ବିବାଦ ଘଟି ସେ ବିଜେପି ଛାଡ଼ିଥିଲେ। ଏହାପରେ ସେ ବିଜେଡିରେ ଯୋଗଦେଇଥିଲେ ।

Related posts

କାଲିମେଳା ବ୍ଲକରେ ୨ କରୋନା ସଂକ୍ରମିତ ଚିହ୍ନଟ, ଗ୍ରାମକୁ ସିଲ କଲା ପ୍ରଶାସନ

mahabharatanews

ଫନିର ୭ ମାସ ପରେ ମଧ୍ୟ ସହୟତା ଅପେକ୍ଷାରେ ହିତାଧିକାରୀ

mahabharatanews

୧୭ ପର୍ଯ୍ୟନ୍ତ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

mahabharatanews