Uncategorized

ଡିଆରଡିଓ ବିକଶିତ ଆଣ୍ଟି ଡ୍ରୋନର ସଫଳ ପରୀକ୍ଷଣ,ଟ୍ରମ୍ପଙ୍କ ଗସ୍ତ କାଳରେ ହେବ ନିୟୋଜିତ

ମହାଭାରତ, ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଦ୍ୱାରା ଭାରତ ଉପରେ ନଜର ରଖିବାକୁ ଡ୍ରୋନର ବ୍ୟବହାର ହେଉଥିବା ବେଳେ ରକ୍ଷା ଅନୁସଂଧାନ ଓ ବିକାଶ ସଂସ୍ଥା (ଡିଆରଡିଏ) ପକ୍ଷରୁ ସ୍ୱଦେଶୀ ଜ୍ଞାନ କୌଶଳରେ ଆଣ୍ଟି ଡ୍ରୋନ ସିଷ୍ଟମର ବିକାଶ କରିଛି, ଯାହା ପରୀକ୍ଷଣ ସମୟରେ ସଫଳତାର ସହ ୟୁଏଭିକୁ ନଷ୍ଟ କରିବାରେ ସଫଳ ହୋଇଛି । ଏହି ସିଷ୍ଟମ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ କାଳରେ ନିୟୋଜିତ ହେବ ।
ଏହି ଆଣ୍ଟି ଡ୍ରୋନର ସଫତାପୂର୍ଣ୍ଣ ପରୀକ୍ଷଣ ପରେ ଆତଙ୍କବାଦୀଙ୍କ ଡ୍ରୋନ ବ୍ୟବହାର ତଥା ଅସ୍ତ୍ରଶସ୍ତ୍ର ତଷ୍କରୀ, ନିଶା କାରବାର ପରି କାମ ଡ୍ରୋନ ସହାୟତାରେ କରାଯାଉଥିବାରୁ ବାୟୁ ସେନା, ଆର୍ମି ପାରାମିଲିଟାରୀ ଫୋର୍ସ ଓ ଯେଉଁ ସୁରକ୍ଷା ବଳ ଭିଭିଆଇପି ସୁରକ୍ଷାରେ କାର୍ଯ୍ୟରତ ଏହି ସମସ୍ତ ଭାରତର ସୁରକ୍ଷା ଏଜେନ୍ସି ଏହାକୁ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି । ଡ୍ରୋନ ସହାୟତାରେ ଅଳ୍ପ ଉଚ୍ଚତାରୁ ୩-୪ କିଲୋ ପର୍ଯ୍ୟନ୍ତ ଜିନିଷ ବୁହାଯାଇ ପାରେ । ଡିଆରଡିଏର ଏହି ଅ।।ଣ୍ଟି ଡ୍ରୋନର ବ୍ୟବହାର କରାଯାଇ ପରୀକ୍ଷଣ କାଳରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରୁଥିବା ଏକ ଡ୍ରୋନକୁ ନିଷ୍କ୍ରିୟ କରାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ ।
ଏହି ସିଷ୍ଟମ ଅହମଦାବାଦରେ ମୋଦି ଓ ଟ୍ରମ୍ପଙ୍କ ରୋଡ ସୋ ସମୟରେ ନିୟୋଜିତ ହେବ ।
ସୂଚନାଯୋଗ୍ୟ, ଏହି ଡ୍ରୋନ ସ୍ୱତନ୍ତ୍ରତା ଦିବସ ପ୍ୟାରେଡରେ ନିୟୋଜିତ ହୋଇଥିଲା, ଯେଉଁ କାର୍ଯ୍ୟକ୍ରମରେ ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସୋନାରୋ ଓ ପ୍ରଧ।।ନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ବରିଷ୍ଠ ବ୍ୟକ୍ତିଙ୍କ ସହ ଉପସ୍ଥିତ ଥିଲେ ।

Related posts

କରୋନା ଚିକିତ୍ସା ପାଇଁ ନିଜ ଦ୍ୱାରା ବିକଶିତ ଔଷଧ ନେଲା ଜୀବନ

mahabharatanews

ଚନ୍ଦ୍ରଯାନ-୩ ଟିମ୍ ରେ ରହିବେନି ବନିତା

mahabharatanews

ସାପ କାମୁଡ଼ାରେ ଭାଇଭଉଣୀ ମୃତ

mahabharatanews