ଭୁବନେଶ୍ୱର: ଏସିଏଫ ସୌମ୍ୟ ମହାପାତ୍ର ହତ୍ୟା ଘଟଣାରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରା, ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଇ ଡିଟେକ୍ସନ ଟେଷ୍ଟ । ଭୁବନେଶ୍ୱର ଫରେନ୍ସିକ ଲାବରେଟୋରୀରେ ଲାଇ ଡିଟେକ୍ସନ ଟେଷ୍ଟ ହୋଇଛି ସଂଗ୍ରାମ ଓ ମନ୍ମଥଙ୍କର । ସଂଗ୍ରାମଙ୍କୁ ପ୍ରାୟ ୩ ଘଣ୍ଟା ଧରି ଜେରା ହୋଇଛି ଡିଏଫଓଙ୍କୁ । ଏହି ଜେରା କାଳରେ ପ୍ରାୟ ୧୦୦ରୁ ଅଧିକ ପ୍ରଶ୍ନ କରିଛି ତଦନ୍ତକାରୀ ଟିମ । ଏଥିସହ ରୋଷେୟାଙ୍କୁ ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିବା ସୂଚନା ରହିଛି । ଏହା ପରେ ଏହି ଘଟଣାରେ ନୂଆ ଏକ ମୋଡ ଆସିବା ଆଶା କରାଯାଉଛି ।
ଗତ ଜୁଲାଇ ୧୩ ତାରିଖରେ ସୌମ୍ୟଙ୍କ ମୃତ୍ୟୁ କଟକରେ ହୋଇଥିବା ବେଳେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ପରିବାର ପକ୍ଷରୁ ଡିଏଫଓଙ୍କ ନାମ ଆସିଥିଲା । ଅଭିଯୋଗରେ ମୁଖ୍ୟତଃ ତିନି ଜଣଙ୍କ ନାମ ରହିଥିଲା । ଡିଏଫଓଙ୍କ ବ୍ୟତୀତ ଏସିଏଫଙ୍କ ପତ୍ନୀପୂର୍ବଦିନ ରାତିରେ ସୌମ୍ୟଙ୍କ ଶରୀରରେ ତାଙ୍କ ସରକାରୀ କ୍ୱାଟରରେ ନିଆଁ ଲାଗିଯାଇଥିଲା । ତାଙ୍କୁ ସେଠାରୁ କଟକ ଅଣାଯାଇଥିଲା ଓ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସର ତଦନ୍ତ ଉପରଠାଉରିଆ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏଥିସହ ଡିଏଫଓ ଓ ବିଦ୍ୟାଙ୍କ ମଧ୍ୟରେ ସମ୍ପର୍କ ରହିଥିବା ଅଭିଯୋଗ କରିଥିଲେ ପରିବାର ବର୍ଗ । ପୁଲିସ ମାମଲାରେ ଡିଏଫଓଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏମିତି କି କ୍ରାଇମ ବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ ।
ତେବେ ଆଜି ହୋଇଥିବା ଡିଏଫଓ ଓ ରୋଷେୟାଙ୍କ ଲାଇ ଡିଟେକ୍ସନ ଏକଦମ ଗୁପ୍ତ ରଖା ଯାଇଥିଲା । ଯଦିଓ ରୋଷେୟାଙ୍କ ଲାଇଡିକ୍ସେନ ନେଇ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ ତେବେ ଦୁଇ ଜଣଙ୍କ ଟେଷ୍ଟ ହୋଇଥିବା କୁହାଯାଉଛି । ତେଣୁ ଡିଏଫଓଙ୍କ ସହ ମନ୍ମଥଙ୍କ ଟେଷ୍ଟ ହୋଇଥିବା କୁହାଯାଉଛି ।
previous post
next post