Uncategorized

ଡିସେମ୍ବର ୩୧ରେ ଅବସର ନେବେ ଅଭୟ

ଭୁବନେଶ୍ୱର: ଡିଜିପି ଓଡିଶା ଆସନ୍ତା ଡିସେମ୍ବର ୩୧ରେ ଅବସର ନେବେ । ତାଙ୍କ ଅବସର ଆବେଦନକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଚଳିତ ବର୍ଷ ଜୁନ ମାସରେ ଅଭୟଙ୍କ ଅବସର ନେବାର ଥିଲା । କିନ୍ତୁ ତାଙ୍କ ଅବସରକୁ ରାଜ୍ୟ ସରକାର ରଦ୍ଦ କରି ତାଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରି ଦେଇଥିଲେ । ସେହି ସମୟରେ ତାଙ୍କ ସ୍ଥାନରେ ୧୪ ଜଣ ବରିଷ୍ଠ ଆଇପିଏସଙ୍କ ନାମକୁ ଡିଜି ପଦ ପାଇଁ ମନୋନିତ କରାଯାଇଥିଲା ।
ଗତ ୨୦୧୯ରେ ନଭେମ୍ବରରେ ୧୯୮୬ ବ୍ୟାଚର ଆଇପିଏସ ଅଭୟଙ୍କୁ ଡିଜି, ଓଡିଶା ଭାବେ ବିକେ ଶର୍ମାଙ୍କ ସ୍ଥାନରେ ନିଯୁକ୍ତ କରାଯାଇଥିଲା । ଅଭୟ ବିଭିନ୍ନ କ୍ଷେତ୍ରରେ ବେଶ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ମୁଖ୍ୟତଃ ରାଜ୍ୟରେ ମାଓ ବିରୋଧୀ ଅଭିଯାନକୁ ଶାଣିତ କରିବାରେ ସକ୍ଷମ ହୋଇଥିଲେ । ସେ ନିୟମିତ ମାଓ ପ୍ରବଣ ଅଞ୍ଚଳ ଗସ୍ତ କରି ସେଠାରେ ଲୋକଙ୍କୁ ସଚେତନ କରିବା ସହ ମାଓବାଦୀଙ୍କ ବିରୋଧରେ ଲଢିବାକୁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନେଇ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲେ । ଏଥିସହ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଆହ୍ୱାନ ଦେଉଥିଲେ ।

 

Related posts

୧୨୬ ବର୍ଷ ପରେ ନଡିଆ ଗଛରେ ଫଳିଲା ଫଳ

mahabharatanews

ଏତିକି ସମ୍ପତ୍ତିର ମାଲିକ ବୁଲା କୁକୁର

mahabharatanews

ଚାଷୀଙ୍କ ୨ ଲକ୍ଷ ଟଙ୍କା ଋଣ ଛାଡ

mahabharatanews