କୋଚି: ମନସୁନ ପୂର୍ବରୁ କେରଳ ହାଇକୋର୍ଟ ଆଜି ରାଜ୍ୟ ସରକାରକୁ ଏର୍ନାକୁଲମ ଜିଲ୍ଲାର ଉପକୂଳବର୍ତ୍ତୀ ଲୋକଙ୍କ ଧନ ଜୀବନ ପ୍ରାକୃତିର ତାଣ୍ଡବରୁ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ପ୍ରତିବର୍ଷ ମନସୁନ ଆସିଲେ ଏହି ଜିଲ୍ଲାର ଉପକୂଳବର୍ତ୍ତୀ ଗାଁ ଗୁଡିକର ଲୋକେ ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତି । ଚେଲାରାମ ବାସିନ୍ଦା ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଆବେଦନର ଶୁଣାଣି କରି ଜଷ୍ଟିସ ଭି ଜି ଅରୁଣ ସମୂଦ୍ର ନିକଟରେ ସି ୱାଲ ନିର୍ମାଣରେ ହେଉଥିବା ବିଳମ୍ବକୁ ନେଇ ତିରସ୍କାର କରିଛନ୍ତି ।
ଜିଓ ବ୍ୟାଗ ଓ ଟ୍ୟୁବ ସହିତ ଅସ୍ଥାୟୀ ସମୁଦ୍ର ପ୍ରାଚୀର ନିର୍ମାଣର ଅଗ୍ରଗତି ସମ୍ପର୍କରେ ପର୍ଯ୍ୟାୟକ୍ରମେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । “ସମୁଦ୍ର ପ୍ରାଚୀର ନିର୍ମାଣରେ ବିଳମ୍ବ ହେବାର ବିଭିନ୍ନ କାରଣ ଦର୍ଶାଇଥିବା ରିପୋର୍ଟ ଦାଖଲ ହୋଇଥିବା ଦେଖାଯାଇଥିଲା। କିନ୍ତୁ ଚଳିତ ବର୍ଷର ମ ଗ୍ଦକ୍ଟ ସୁମୀର ଆଗମନ ତଥା ସମୁଦ୍ର ଦ୍ୱାରା ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି କେବଳ ରିପୋର୍ଟ ଦାଖଲ କରିବା ପର୍ୟ୍ୟାପ୍ତ ହେବ ନାହିଁ ବୋଲି କୋର୍ଟ କହିଛନ୍ତି। ଜୁନ୍ ୨ ରେ ଏହାର ଆଦେଶ ଦିଆଯାଇଛି । କୋର୍ଟ କହିଛନ୍ତି, ଏହା ଅତ୍ୟନ୍ତ ଜରୁରୀ କି, ଚେଲାମପୁରମ ଜିଲ୍ଲା ଲୋକଙ୍କ ଧନଜୀବନ ରକ୍ଷା କରିବାକୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ।
previous post
next post