ଓଡିଶା

ଡୁବୁରିଠାରେ ସଡକ ସୁରକ୍ଷା ସପ୍ତାହ ପାଳିତ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗ ନଗରର ଡୁବୁରି ଛକ ଠାରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଡୁବୁରି ଛକ ଠାରେ ଦେଓ ରେଷ୍ଟୁରାନ୍ସ ଓ ବିବି ରୋଡ ୱେଜ କର୍ମଚାରୀ ଓ ଟାଟା ଷ୍ଟିଲ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଓ ସେଷ୍ଟୁରାନ୍ସର ଓ ବିବି ରୋଡ ୱେଜର ମାଲିକ ଭାରତ ଭୂଷଣ ଦେଓ ଓ କଳିଙ୍ଗନଗର ଏଏସପି ରାଜ କିୋଶର ଦୋର ଉଦ୍ଘାଟନ କରିଥବଲେ । ଏହି ଅବସରରେ ଏକ ର୍ୟାଲି ଟାଟା ଷ୍ଟିଲ ନିକଟରୁ ବାହାରି କଳିଙ୍ଗ ନଗର ଥାନା ଦେଇ ଡୁବୁରି ଛକ ପରିକ୍ରମା କରିଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ରାସ୍ତା ଦେଇ ଯାଉଥିବା ଗାଡି ଚାଳକମାନଙ୍କୁ ଚକୋଲେଟ ଓ ଫୁଲ ଦେଇ ସଡକ ସୁରକ୍ଷା ବାର୍ତ୍ତା ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉଭୟ ସହଯୋଗୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Related posts

ଗଣେଶ ମୂର୍ତ୍ତି ଭସାଣୀରେ ଦୁଇ ସାହି  ମଧ୍ୟରେ ଗଣ୍ଡଗୋଳ

mahabharatanews

ନେତାଜୀ ସଂଗ୍ରହାଳୟ ବୁଲିଲେ ରାଷ୍ଟ୍ରପତି

mahabharatanews

ଗଞ୍ଜାମରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews