ନୂଆଦିଲ୍ଲୀ: କରୋନା ମହାମାରୀ ଭୂତାଣୁର ଡେଲଟା (ଡି) ଭାରିଆଣ୍ଟ ବିଶ୍ୱବାସୀଙ୍କୁ ଆତଙ୍କିତ ରଖିଛି । ଏହାରି ମଧ୍ୟରେ ଆଉ ଏକ ଡିର ଆତଙ୍କ ଦେଶରେ ଦେଖା ଦେଇଛି । ଏହି ଡି ହେଉଛି ଡେଙ୍ଗୁର ନୂଆ ଭାରିଆଣ୍ଟ ଡି୨ । ଏହି ପ୍ରଜାତି ଲୋକଙ୍କ ପାଇଁ ଡେଙ୍ଗୁଠାରୁ ମଧ୍ୟ ଅଧିକ ଘାତକ ସାବ୍ୟସ୍ତ ହେଉଛି । ଡେଙ୍ଗୁର ଡିଇଏନଭି ୨ ଭାରିଆଣ୍ଟ ପାଇଁ ସାରା ଦେଶରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟ ପନ୍ଦର ଦିନ ତଳେ ଭାରତର ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର)ର ମହାନିର୍ଦ୍ଦେଶକ ଡା.ବଳରାମ ଭାର୍ଗବ ନିଶ୍ଚିତ କରାଇଦେଇ କହିଥିଲେ ଯେ ଦେଶରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପଛରେ ଏହି ଭାରିଆଣ୍ଟ ଦାୟୀ ।
ବର୍ତ୍ତମାନ ଉତ୍ତର ପ୍ରଦେଶର ଫିରୋଜାବାଦ, ଆଗ୍ରା, ମଥୁରା ଓ ଆଲିଗଡ ଆଦି ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବହୁଗୁଣ ବୃଦ୍ଧିପାଇଛି । ଅଗଷ୍ଟ ଶେଷରୁ ସେପ୍ଟେମ୍ବର ମଝି ପର୍ୟ୍ୟନ୍ତ ଅନ୍ୟୂନ ୫୮ ଜଣ ଲୋକ କେବଳ ଫିରୋଜାବାଦରେ ଡେଙ୍ଗୁ ରୋଗରେ ପ୍ରାଣ ହରାଇଛନ୍ତି । ଏହି ଡି୨ ପ୍ରକରଣ ଅଧିକ ଘାତକ ହୋଇଛି ଏବଂ ଏଥିରେ ପ୍ରାଣନାଶକ ମସ୍ତିଷ୍କରେ ପ୍ରଦାହକାରୀ ଜ୍ୱର ହେବା ସହିତ ଶରୀରରେ ଅନ୍ୟାନ୍ୟ ମାରାତ୍ମକ ଲକ୍ଷଣମାନେ ପ୍ରକାଶ ପାଉଛି ।
previous post
next post