ଓଡିଶା

ଢ଼ିଙ୍କିଆରେ ପୋଲିସର ଆଚରଣକୁ ଏସୟୁସିଆଇ ପକ୍ଷରୁ ତୀବ୍ର ନିନ୍ଦା

କଟକ/ ଜଗନ୍ନାଥ ମହାନ୍ତି: ଜଗତସିଂହପୁର ଜିଲା ଢିଙ୍କିଆରେ ପୁଲିସର ବର୍ବରତାକୁ ନେଇ ଏବେ ରାଜ୍ୟରେ ଖେଳାଇଛି ଆଲୋଡନ। ଗତକାଲି ଘଟିଥିବା ଘଟଣା ସମସ୍ତଙ୍କ ମନରେ ଉଠାଇଛି ବଡ଼ ପ୍ରଶ୍ନ । ତେବେ ପୋଲିସର ଏପରି ଆଚରଣକୁ ତୀବ୍ର ନିନ୍ଦା କରିଛି ଏସୟୁସିଆଇ କମ୍ୟୁନିଷ୍ଟ। ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଜରିଆରେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ଦଳ । ଏହାସହ ଉକ୍ତ ଅଞ୍ଚଳ ରେ ଶାନ୍ତି ଫେରାଇ ଆଣିବା ଓ ପୋଲିସକୁ ଢ଼ିଙ୍କିଆ ଅଞ୍ଚଳରୁ ଫେରାଇ ଆଣିବା ପାଇଁ ଦାବି କରିଛି କମ୍ୟୁନିଷ୍ଟ। ତେବେ ଏହି ଅଞ୍ଚଳର ବାସିନ୍ଦା ନିଜର ଭିଟା ମାଟି ପାଇଁ ଲଢେଇ କରୁଛନ୍ତି । ଗଣତାନ୍ତ୍ରିତିକ ନିୟମ ଅନୁସାରେ ସମସ୍ତଙ୍କୁ ଅଧିକାର ସାବ୍ୟସ୍ତ କରିବା ପାଇଁ ଅଧିକାର ରହିଛି । ହେଲେ ଏପରି ସ୍ଥଳରେ ପୋଲିସ ଏପରି କାର୍ଯ୍ୟସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି କହିଛି ଦଳ ।

 

Related posts

ଭୁବନେଶ୍ୱର ୟୁନିଟ ୩ ଶ୍ରୀୟା ଛକ ଠାରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଚ୍ଛେଦ ଆରମ୍ଭ ହୋଇଛି

mahabharatanews

ବାତ୍ୟା ମିଚାଉଙ୍ଗ୍; ଓଡ଼ିଶାରେ ପ୍ରବଳ ବର୍ଷା 

mahabharatanews

ପୂର୍ତ୍ତ ବିଭାଗ ଦ୍ୱାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଅବମାନନା

mahabharatanews