ଓଡିଶା

ମୋବାଇଲ ସଂଯୋଗ ନ କାଟିବାକୁ ମୁଖ୍ୟ ଶାସନ ସଚିବଙ୍କ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ୱର: ୩ ମାସ ଯାଏଁ ମୋବାଇଲ ସଂଯୋଗ ନକାଟିବାକୁ କେନ୍ଦ୍ର ଟେଲିକମ ସଚିବଙ୍କୁ ମୁଖ୍ୟ ଶାସନ ସଚିବ ଚିଠି ଲେଖି ଅନୁରୋଧ କରିଛନ୍ତି। ତାଲାବନ୍ଦ ଯୋଗୁଁ ଲୋକେ ରିଚାର୍ଜ କରିପାରୁ ନାହାନ୍ତି । ଏପରି ସଂକଟ ସମୟରେ ୩ ମାସ ପର୍ଯ୍ୟନ୍ତ ଇନକମିଂ କଲ ଫାସିଲିଟି ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅନୁରୋଧ କରିଛନ୍ତି ।

କରୋନା ସଂକ୍ରମଣ ରୋକିବାକୁ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏପରି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । ମୋବାଇଲ ଦୋକାନ ମଧ୍ୟ ବନ୍ଦ ରହିଛି । ଫଳରେ ଲୋକେ ସେମାନଙ୍କ ମୋବାଇଲ ରିଚାର୍ଜ କରିବାରେ ଅସମର୍ଥ । ତେଣୁ ମୋବାଇଲ କମ୍ପାନୀଗୁଡିକ ଗ୍ରାହକଙ୍କ ସଂଯୋଗ କାଟି ଦେଉଛନ୍ତି । ଫଳରେ ଦୂରରେ ଥିବା ନିଜ ପରିବାରବର୍ଗଙ୍କ ସହ ସମ୍ପର୍କ ସ୍ଥାପନ ସମ୍ଭବ ହୋଇପାରୁ ନାହିଁ, ଯାହା ଲୋକଙ୍କୁ ଅଧିକ ବ୍ୟଥିତ କରୁଛି । ତେଣୁ ଲକ୍‌ଡାଉନ୍‌ ସମୟରେ ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କ ଇନ୍‌କମିଂ କଲ୍‌ ସୁବିଧା ପ୍ରତ୍ୟାହାର ନ କରିବାକୁ କେନ୍ଦ୍ର ଟେଲିକମ ବିଭାଗ ବିଭିନ୍ନ ଟେଲିକମ କମ୍ପାନୀକୁ ନିର୍ଦ୍ଦେଶ ଦେବାକୁ ତ୍ରିପାଠୀ କେନ୍ଦ୍ର ଟେଲିକମ ବିଭାଗ ସଚିବଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

Related posts

ନିଆଁ ଲାଗି ପୋଡିଗଲା ବାହାଘରର ସବୁ ଜିନିଷ

mahabharatanews

ମା ସମଲେଶ୍ୱରୀ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

mahabharatanews

ସ୍ଵତନ୍ତ୍ର ରେଳ ଯୋଗେ ତେଲେଙ୍ଗାନାରୁ ଆସିଲେ ୧୬୦ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

mahabharatanews