ଅପରାଧଓଡିଶା

ଢାବାରୁ ବିପୁଳ ନକଲି ମଦ ଜବତ: ୨ ଗିରଫ

ରାଉରକେଲା: ଝାଡ଼ଖଣ୍ଡ ସୀମାନ୍ତ ବୀରମିତ୍ରପୁର ରାୟବଗା ସାଜନ ଢ଼ାବା ଉପରେ ଅବକାରୀ ପୁଲିସ ଚଢାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିବା ସହିତ ଦୁଇ ବ୍ୟବସାୟୀଙ୍କୁ ଗିରଫ କରିଛି। ଏହି ନକଲି ମଦ ଅରୁଣାଚଳ ଓ ଝାଡ଼ଖଣ୍ଡରୁ ଆସୁଥିଲା ।

ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଗତକାଲି ରାତିରେ ରାଉରକେଲା ଅବକାରୀ ବିଭାଗ ଓ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଆକସ୍ମିକ ଭାବେ ବୀରମିତ୍ରପୁର ରାୟବଗାସ୍ଥିତ ସାଜନ ଢ଼ାବା ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଢ଼ାବା ମାଲିକ ପ୍ରମୋଦ କୁମାର ଅଗସ୍ତି ଓ ବିଶ୍ୱରଞ୍ଜନ ପଟ୍ଟନାୟକଙ୍କୁ ପୁଲିସ ଗିରଫ କରିଛି। ନକଲି ମଦ ଯୋଗାଣକାରୀକୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ମଦ ସହିତ ଜବତ ହୋଇଥିବା ଟଙ୍କାର ମୂଲ୍ୟ ୨୨ହଜାର ୪ଶହ ୯୦ଟଙ୍କା ବୋଲି ଜଣାପଡ଼ିଛି।

Related posts

ନିର୍ଭୟା କାଣ୍ଡର ପୁନରାବୃତ୍ତି: ଗଣଦୁଷ୍କର୍ମ ପରେ ସମାନ ଢଙ୍ଗରେ ମହିଳାଙ୍କୁ ହତ୍ୟା

mahabharatanews

ଜେଲ ଗଲେ ସଂଯୁକ୍ତା ମହଲ

mahabharatanews

ମାଟି କାରୁକାର୍ଯ୍ୟ କରୁଥିବା କୁମ୍ଭାର ସମ୍ପ୍ରଦାୟ ପକ୍ଷରୁ କୁରାଳ ପଞ୍ଚମୀ

mahabharatanews