ଓଡିଶା

ତଇଥାନ ହେବେ ୪ହଜାର ପ୍ରବାସି ଓଡିଆ

(ରଜନିକାନ୍ତ ପାତ୍ର, ହିଞ୍ଜିଳିକାଟୁ): ଲକଡାଉନ ଶେଷ ହେବା ପରେ କୁକୁଡାଖଣ୍ଡି ବ୍ଲକକୁ ଫେରିବେ ୪ହଜାର ରାଜ୍ୟ ବାହାର ପ୍ରବାସି କ୍ଷ ୪ହଜାରକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ବ୍ଲକ ପ୍ରଶାସନ କରିଥିବା ବେଳେ ଅତ୍ୟାଧିକଙ୍କୁ ମଧ୍ୟ ସମସ୍ତ ବ୍ୟବସ୍ଥା ସହ ସୁରୁଖୁରୁରେ ସେମାନେ ରହିବା ନେଇ ସୂଚନା ଦେଇଛନ୍ତି କୁକୁଡାଖଣ୍ଡି ବିଡିଓ ଗଦାଧର ପାତ୍ର। ୧୪୪ଟି ସେଣ୍ଟରରେ ୪ହଜାର ଫେରନ୍ତାଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।ଗତକାଲି ପଯ୍ୟନ୍ତ ଅନଲାଇନ ଦ୍ବାରା ୯୫୧, ଅଫଲାଇନ ଦ୍ବାରା ୨ହଜାର ଜଣ ପଞିକରଣ କରିଛନ୍ତି। ପ୍ରତି ପଞାୟତ ପାଇଁ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ ସହ ୨ଜଣ ଲେଖାଏଁ ଅତିରିକ୍ତ ନୋଡାଲ ଅଫିସର ରହିଛନ୍ତି। ବିଡିଓ,ତହସିଲଦାରଙ୍କୁ ନେଇ ଗଠିତ ହୋଇଥିବା ସରଭିଲାନ୍ସ ଟିମ୍ ୧୪୪ଟି ସେଣ୍ଟର ପରିଦର୍ଶନ ସହ କାର୍ୟ୍ୟ ତଦାରଖ କରିବେ। ୭ଟି ମେଡିକାଲ ଟିମ୍ ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରକୁ ଯାଇ ରହୁଥିବା ରାଜ୍ୟ ଫେରନ୍ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ କରିବେ।ଅନ୍ୟପକ୍ଷେ ୪ହଜାରରୁ ଅଧିକ ଲୋକ ଆସିଲେ ବିଭିନ୍ନ ସରକାରୀ କଲେଜ, ବେସରକାରୀ କଲେଜ ,ସ୍କୁଲ ଗୁଡିକର କୋଠାଗୁଡିକୁ କ୍ବାରେଣ୍ଟାଇନ ୱାର୍ଡ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି।ସେହିପରି କୌଣସି ଲୋକଙ୍କୁ ଜ୍ବର,କାଶ କିଛି ହୁଏ ସେମାନେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁବେଦିକ ମହାବିଦ୍ୟାଳୟରେ ଚିକିସ୍ଛା କରିବେ । ସେଠାରେ ମଧ୍ୟ କୋଭିଟ୍ -୧୯ର ୪୦ ବେଡ ବିଶିଷ୍ଟ ଓ୍ବାଡ କରାଯାଇଛି।

Related posts

ଆଉ ୧୯୦୪ କରୋନା ସଂକ୍ରମିତ ରାଜ୍ୟରେ ଚିହ୍ନଟ

mahabharatanews

ନନ୍ଦନକାନନରେ ଅଘଟଣ: ୧ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲେ ପର୍ଯ୍ୟଟକ

mahabharatanews

ନେତୃତ୍ୱଙ୍କ ଉପରେ କମୁଛି ଭରସା, ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ

mahabharatanews