(ରାୟଗଡା/ମନୋଜ ସାହୁ): ଆଜି ପ୍ରବାସୀ ଓଡିଆଙ୍କୁ ଧରି ରାୟଗଡା ରେ ପହଁଚିଛି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ । ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୨୦୦ ଶ୍ରମିକ ତାମିଲନାଡୁର ତିରିପୂରରୁ ଆସି ଏଠାରେ ପହଞ୍ଚିଛନ୍ତି । ଏହି ଟ୍ରେନରେ ରାୟଗଡା ଜିଲ୍ଲାର ଶ୍ରମିକମାନଙ୍କ ସହ କୋରାପୁଟ, ନବରଙ୍ଗପୁର, ଗଜପତି ଓ ବଲାଙ୍ଗୀର ଜିଲ୍ଲାର ଶ୍ରମିକ ମାନେ ଆସିଥିବା ଜଣାପଡ଼ିଛି । ଶ୍ରମିକମାନଙ୍କ ସୁରକ୍ଷା ଓ ସହର ରେ ସଂକ୍ରମଣ ଜୁ ଦେଖି ପ୍ରଶାସନ ତରଫରୁ ଗତକାଲି ରାତି ଠାରୁ ଆଜି ଦିନ ୭ ଟା ପର୍ୟ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଶ୍ରମିକମାନେ ଯେପରି ସୁରକ୍ଷିତ ଭାବେ ନିଜ ନିଜ ପଞ୍ଚୟତ ର ସଙ୍ଗରୋଧ ଗୃହକୁ ଯାଇ ରହିବେ ସେ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାୟଗଡା ଜିଲ୍ଲାପାଳ ପ୍ରୋମଦ କୁମାର ବେହେରା ଓ ରାୟଗଡା ଏସପି ସର୍ବନା ବିବେକ ଘଟଣାସ୍ଥଳରେ ରହି ସମସ୍ତ କାର୍ୟ୍ୟକ୍ରମକୁ ତଦାରଖ କରୁଛନ୍ତି ।
previous post
next post