ଓଡିଶା

ତେନ୍ତୁଳିଖୁଣ୍ଟି ବ୍ଲକରେ ଜିଲ୍ଲାପାଳ

(ଟୁକୁନା ଖରା/ନବରଙ୍ଗପୁର): ଆଜି ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ଉପାନ୍ତ ଦୁର୍ଗମ ଅଞ୍ଚଳ ତଗାପାଲି,ପଦାଆଉଁଳି,କାନ୍ଦ୍ରାଗୁଡ଼ା ଭଳି ଗାଁ ମାନଙ୍କରେ ପହଞ୍ଚି ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ପ୍ରଥମେ ଲାମତାଗୁଡ଼ା ପଂଚାୟତ ଗସ୍ତ କରି ଅଗ୍ରଗାମୀ ସଂସ୍ଥା ତରଫରୁ ମନରେଗା ଯୋଜନାରେ ତଗାପାଲି ଗ୍ରାମରେ ଚାଲିଥିବା ଜମି ମରାମତି କାର୍ୟ୍ୟ ଦେଖି ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ । ପଦାଆଉଁଳି ଗ୍ରାମରେ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ଚାଲିଥିବା କୋଭିଡ-୧୯ ମୁକାବିଲା କରିବା ପାଇଁ ଖାଦ୍ୟ ଏବଂ ରିଲିଫ ସ୍ୱଚ୍ଛତା କିଟ୍ ବିତରଣ ମଧ୍ୟ କରିଥିଲେ। ଏହା ସହିତ ଗାଁ ଲୋକ ମାନଙ୍କୁ କରନା ମହାମାରୀ ସମ୍ପର୍କରେ ସଚେତନ କରି ସାମାଜିକ ଦୂରତା ରକ୍ଷା କରି ଚାଲିବାକୁ ପରାମର୍ଶ ଦେଇଥିଲେ।ଏହା ପରେ ପୂଜାରୀଗୁଡା ପଂଚାୟତର ପୋଷ୍ୟ ଗ୍ରାମ କାନ୍ଦ୍ରାଗୁଡ଼ା କୁ ଗସ୍ତ କରି ନିକଟରେ ଥିବା ଏକ ପୁରାତନ ଏବଂ ଭାଙ୍ଗି ଯାଇଥିବା ଆଡ଼ିବନ୍ଧ ଟ୍ୟାଙ୍କର ତଦାରଖ କରି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଉକ୍ତ ଆଡ଼ିବନ୍ଧ ଓ ପାଶ୍ୱର୍ରେ ଥିବା ପୋଖରୀକୁ ନବୀକରଣ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ଓ ଜଳ ବିଭାଜିକା କୁ ନିର୍ଦ୍ଦେଶ ଦେଇଥିଲେ। କୁଜାଜାନୀଗୁଡ଼ା ଗ୍ରାମରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ୧୦ ହେକ୍ଟର ଜମିରେ ୨୦୦୦ ଗୋଟି କାଜୁ ବୃକ୍ଷ ରୋପଣ ପରିସରକୁ ବୁଲି ଦେଖିଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ସୁଶ୍ରୀ ଅକ୍ଷମିତା କାର୍ତ୍ତିକ,ଅଗ୍ରଗାମୀ ପ୍ରକଳ୍ପ ନିର୍ଦେଶକ,ସରପଞ୍ଚ,ପଂଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ପିପିଲିରେ ହାତୀ ଆତଙ୍କ ଆକ୍ରମଣରେ ୩ ମୃତ, ୫ ଗୁରୁତର

mahabharatanews

କରୋନା ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ପିସିସି ସଭାପତିଙ୍କୁ ଜରିମାନା

mahabharatanews

କେନ୍ଦୁଝର ରାଜାରାଣୀଙ୍କ ଜାଗର ମହୋତ୍ସବ ଉଦ୍ଘାଟନ

mahabharatanews