Uncategorized

ତାମିଲ ନ୍ୟୁଜ ଚ୍ୟାନେଲର ୨୫ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଚେନ୍ନାଇରେ ଏକ ତାମିଲ ନ୍ୟୁଜ୍ ଟେଲିଭିଜନ୍ ଚ୍ୟାନେଲରେ୨୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ପରେ ଆଉ ୯୦ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଇ ଦିଆଯାଇଛି । ଏସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛିଦିନ ତଳେ ଏହି ଟିଭି ଚ୍ୟାନେଲରେ ଜଣେ ସାମ୍ବାଦିକଙ୍କ ସମେତ ୨ ଜଣ ସାମ୍ବାଦିକ କରୋନା ସଂକ୍ରମିତ ହୋଇଥିଲେ । ଏଥିସହ ଚେନ୍ନାଇରେ ସମୁଦାୟ ୨୭ ଜଣ କରୋନା ସଂକ୍ରମିତ ହୋଇଛନ୍ତିୟ ସେମାନଙ୍କୁ ମଲ୍ଟି ସୁପର ସ୍ପେସାଲିଟି ହସ୍ପିଟାଲରେ ଚିକିତ୍ସା କରାଯିବ ବୋଲି ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ରରେ ଗତକାଲି ୫୩ ଜଣ ସାମ୍ବାଦିକ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ମହାମାରୀ ସଙ୍କଟ ସମୟରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁôବପୂର୍ଣ୍ଣ ରହିଛି । କିନ୍ତୁ ଭାରତରେ ସାମ୍ବାଦିକମାନେ ଅଧିକ ସଂଖ୍ୟାରେ କରେନା ସଂକ୍ରମିତ ହେବାନେଇ ଏବେ ଚିନ୍ତା ବଢିଛି । ମୁମ୍ବାଇ ଏବଂ ଚେନ୍ନାଇରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି •ଲିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀରେ ଗଣମା୍ମମ କର୍ମୀଙ୍କ କରୋନା ଟେଷ୍ଟ୍ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ସାମ୍ବାଦିକଙ୍କ ପାଇଁ ମାସ୍ ଟେଷ୍ଟିଂ ଆରମ୍ଭ ହେବ । ବିହାରରେ ସାମ୍ବାଦିକଙ୍କ ପାଇଁ କରୋନା ଟେଷ୍ଟ୍ ଆରମ୍ଭ କରିବାକୁ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅନୁରୋଧ କରିଛନ୍ତି ।

Related posts

ବିବାଦ ବିବାଦର ଅନ୍ତ: ବାଇଡେନ ନେଲେ ଶପଥ  

mahabharatanews

ମୁହଁରେ ମାସ୍କ ପିନ୍ଧି ବିବାହ ହେଲେ ବର କନ୍ୟା

mahabharatanews

ହାସ୍ୟକାର କୁନାଲ କାମାନଙ୍କ ବିମାନ ଯାତ୍ରାରେ ପ୍ରତିବନ୍ଧକ

mahabharatanews