Uncategorized

କିମଙ୍କ ଆରୋଗ୍ୟ କାମନା କଲେ ଟ୍ରମ୍ପ

ୱାସିଂଟନ୍: ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ଅସୁସ୍ଥ । ତାଙ୍କର ଅସ୍ତ୍ରୋପ•ରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିବା ବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କର ଆରୋଗ୍ୟ କାମନା କରିଛନ୍ତି । କିନ୍ତୁ, ଏକାନ୍ତରେ ଥିବା କିମ୍ ଜୋଙ୍ଗ୍ ଉନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ କିଛି କହିନାହାନ୍ତି ଟ୍ରମ୍ପ । ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ୍ କହିଛନ୍ତି, କେବଳ ଏତିକି କହି ପାରିବି ଯେ ମୁଁ ତାଙ୍କର ଆରୋଗ୍ୟ କାମନା କରୁଛି ।

ଉତ୍ତର କୋରିଆର ନେତା କିମ୍ଙ୍କ ସହ ସୁସମ୍ପର୍କ ଅଛି ବୋଲି ଗୁରୁôତ୍ୱାରୋପ କରିବା ସହ ଟ୍ରମ୍ପ୍ ଆହୁରି କହିଲେ, ମୋର ଆଶା ସେ ଭଲରେ ଥିବେ । ତାଙ୍କର ଯେଉଁ ଅବସ୍ଥା କଥା ଖବର ଆସୁଛି ସେ ସଂକ୍ରାନ୍ତରେ ଜାଣିବାକୁ ମୁଁ ତାଙ୍କ ସହ ଯୋଗାଯୋଗ କରିପାରେ । ଖବର ଆସୁଛି ସେ ଖୁବ୍ ସଙ୍କଟଜନକ ସ୍ଥିତିରେ ଅଛନ୍ତି । କିମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସେ ପ୍ରତ୍ୟକ୍ଷ ସୂଚନା ପାଇଛନ୍ତି କି, ନାହିଁ ସେ ବିଷୟରେ ଟ୍ରମ୍ପ୍ କିଛି ସ୍ପଷ୍ଟ କରି ନାହାନ୍ତି । ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥାରୁ ସେ ଖବର ସଂଗ୍ରହ କରିଥିବା କଥା କହିଛନ୍ତି । ସେ ଆହୁରି ବି କହିଛନ୍ତି ଏ ଖବର ସତ୍ୟ କି, ନୁହେଁ ତାହା ସେ ଜାଣି ନାହାନ୍ତି ।

Related posts

ପ୍ରବାସୀ ଶ୍ରମିକ ଟ୍ରକ ଦୁର୍ଘଟଣାଗ୍ରସ୍ତ: ୧ ମୃତ, ୯ଙ୍କ ଅବସ୍ଥା ସଙ୍କଟାପନ୍ନ

mahabharatanews

ଉଦ୍ଧବଙ୍କ ଅଯୋଧ୍ୟା ଗସ୍ତ କାଳରେ ମହନ୍ତ ନଜରବନ୍ଦ

mahabharatanews

ଜାମ୍ମୁ କାଶ୍ମୀର ପୁଲିସ  ଦ୍ୱାରା ଚାଇନାର ୩ ଗ୍ରେନେଡ ଜବତ 

mahabharatanews