ଓଡିଶା

ତାରରେ ଝୁଲି ପୌର ସଂସ୍ଥା ଡ୍ରାଇଭରଙ୍କ ଆତ୍ମହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ସହର ଉପକଣ୍ଠସ୍ଥ ଟିଟିଲାଗଡ ରାସ୍ତାରେ ଗତକାଲି ରାତିରେ ଜଣେ ବ୍ୟକ୍ତି ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣକ ବଲାଙ୍ଗୀର ପୌରସଂସ୍ଥାର ଡ୍ରାଇଭର ରୁଷି ସାହୁ ବୋଲି ଜଣାପଡ଼ିଛି ।ବଲାଙ୍ଗୀର ସହର ଉପକଣ୍ଠ ଆର.ଟି.ଓ ଅଫିସ ଛକ ନିକଟରେ ଥିବା ଏକ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ବଲାଙ୍ଗୀର ଟାଉନ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପ୍ଲାଷ୍ଟିକ ତାରରେ ତାଙ୍କର ଶବ ଝୁଲୁଥିଲା । ସେ କାହିଁକି ଆତ୍ମହତ୍ୟା କରିଛନ୍ତି, ଅଥବା କେହି ତାଙ୍କୁ ହତ୍ୟା କରି ତାଙ୍କର ମୃତଦେହକୁ ଗଛରେ ଝୁଲାଇ ଦେଇଥିବାକୁ ନେଇ ସନ୍ଦେହ ପ୍ରକାଶ ପାଉଛି । ଏସଂପର୍କରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Related posts

ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଉପରେ ପ୍ରଶ୍ନବାଚୀ

mahabharatanews

ଆସନ୍ତା କାଲି ପ୍ରକାଶ ପାଇବ +୨କଳା ଏବଂ ଧନ୍ଦାମୂଳକ ରେଜଲ୍ଟ

mahabharatanews

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଦଶମ ଶ୍ରେଣୀ ଝିଅର ମୃତଦେହ, ପୋଲିସର ତଦନ୍ତ ଜାରି

mahabharatanews