ଓଡିଶା

ବଡମ୍ବା ରେଞ୍ଜରେ ଚିକିତ୍ସିତ ହାତୀ ଛୁଆର ମୃତ୍ୟୁ

କଟକ: କଟକ ଜିଲ୍ଲା ଅନ୍ତର୍ଗତ ବଡ଼ମ୍ବା ରେଞ୍ଜ ଅଞ୍ଚଳରେ ଚିକିତ୍ସିତ ହେଉଥିବା ଏକ ହାତୀ ଛୁଆର ମୃତ୍ୟୁ ହେ।।ଇଛି। ହାତୀ ଛୁଆଟି କିଛି ଦିନ ହେବ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲା । ବୟସ ୫ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ଗୋପପୁର ନିକଟସ୍ଥ ଗରୁଡ଼ପାଳ ନିକଟରେ ହାତୀ ଛୁଆଟି ଅସୁସ୍ଥ ଅବସ୍ଥାରେ ମିଳିଥିଲା । ଏହାପରେ ବଡମ୍ବା ରେଞ୍ଜର ବନକର୍ମଚାରୀ ହାତୀ ଛ୍ରୁଆଟିକୁ ଉଦ୍ଧାର କରି ତାର ଚିକିତ୍ସା ଆରମ୍ଭ କରି ଦେଇଥିଲେ । କିନ୍ତୁ ତାର ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନଥିଲ।। । ଶେଷରେ ଗତକାଲି ବିଳମ୍ବିତ ରାତିରେ ହାତୀଛୁଆଟି ଆଖିବୁଜି ଦେଇଥିଲା । ହାତୀ ଛୁଆଟିକୁ ବଞ୍ଚାଇବା ପାଇଁ କର୍ମଚାରୀ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସବୁ ଚେଷ୍ଟା ବିଫଳ ହୋଇଛି । ହାତୀ ଛୁଆଟିର ମୃତ୍ୟୁ ପରେ ବନ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Related posts

ଆଜି ଭଦ୍ରକ-ବାଲେଶ୍ବରରେ କରିବେ ପ୍ରଚାର ରାହୁଲ ଗାନ୍ଧୀ

mahabharatanews

ବଢ଼ିବନି ରିଟେଲ ବିଦ୍ୟୁତ ଶୁଳ୍କ, ଡିଜିଟାଲ୍‌ ପେମେଣ୍ଟରେ ମିଳିବ ଗ୍ରାହକଙ୍କୁ ରିହାତି

mahabharatanews

 ୧ହଜାର ଷ୍ଟିଲ ପାତ୍ରରେ ଗଣପତିବାବା

mahabharatanews