ଓଡିଶା

ତାଳ ଧ୍ୱଜ ରଥର ୧୧ ଟି ଚକ ଶେଷ 

(ଗୋପ/ଜୟନ୍ତ ସେଠି): ତିନି ରଥର ନିର୍ମାଣ କାର୍ୟ୍ୟ ଆଗେଇ ଚାଲିଛି ।ତାଳ ଧ୍ୱଜ ରଥର ୧୧ ଟି ଚକ ଶେଷ ହୋଇ ଅନ୍ୟ ଦୁଇ ଟିର ତୁମ୍ବ ରେ ଅର ସଂଯୋଗ ହୋଇ ପଇ ବିନ୍ଧ କାର୍ୟ୍ୟ ଚାଲିଚି। ସେହିପରି ଦେବ ଦଳନ ରଥର ୯ ଟି ଚକ ଶେଷ ହୋଇଛି। ଏକଟି ର ତୁମ୍ଭ ରେ ଅର ସଂଯୋଗ ଚାଲି ଥିବା ବେଳେ ପ ଇ ବିନ୍ଧ କାର୍ୟ୍ୟ ଚାଲିଚି। ନନ୍ଦିଘୋଷ ରଥର ୧୧ ଟି ଚକ ଶେଷ ହୋଇଛି। ତାଳ ଧ୍ୱଜ ରଥର ସମସ୍ତ ୭ ଗୋଟି ଅଖ ଶେଷ ହୋଇ ମଠା କାର୍ୟ୍ୟ ଚାଲିଚି। ଦେବ ଦଳନ ରଥ ର ସମସ୍ତ ୬ ଗୋଟି ଅଖ ଶେଷ ହୋଇଛି। ଅନ୍ୟପଟେ ନନ୍ଦିଘୋଷ ରଥର ୬ ଟି ଅଖ ଶେଷ ହୋଇ ୨ ଟି ଅଖର କାର୍ୟ୍ୟ ଚାଲିଛି। ସେହିପରି ୩ ରଥର ଚାରୀ ନାହାକା କାର୍ୟ୍ୟ ଶେଷ ପର୍ୟ୍ୟାୟରେ ଥିବା ବେଳେ ୩ ରଥର ୨ ଟି ଲେଖାଏଁ ଗର ଗରା କାର୍ୟ୍ୟ ଚାଲିଚି। ଦୋଳ ବେଦୀ କୋଣ ରେ କରତି ସେବକ ଙ୍କ ଦ୍ଵାରା ଗୟଳ ଚିରଟ କାର୍ୟ୍ୟ ଚାଲିଚି। ସେହିପରି ଓଝା ସେବକମାନେ ରଥର ରେ ଲାଗି ବାକୁ ଥିବା ଅଖ କଣ୍ଟା , ଚାଉର ସ କଣ୍ଟା ତିଆରି ଚାଲିଛି। ରଥ ନିର୍ମାଣ କାର୍ୟ୍ୟ ଆରଂଭ ପୂର୍ବରୁ ସମସ୍ତ ସେବକ ଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଥିଲା।

Related posts

ସମ୍ମାନ: ଗଲୱାନ ଘାଟି ସହିଦଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକରେ ଉଲ୍ଲେଖ ହେବ

mahabharatanews

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

mahabharatanews

୨୩ ଜିଲ୍ଲାରୁ ୪୯୪ କରୋନା ପଜିଟିଭ ଚିହ୍ନଟ, ୧୫ ହଜାର ଟପିଲା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews