ଓଡିଶା

ଝାରସୁଗୁଡାରେ ୧ ବର୍ଷର ଶିଶୁ କରୋନା ଆକ୍ରାନ୍ତ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ୧ ବର୍ଷର ଶିଶୁ ଓ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଅଟନ୍ତି । ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଏ ବାବଦରେ ସୂଚନା ଦେଇଛନ୍ତି । ଶିଶୁଟି ମଙ୍ଗଳବଜାର ଅଞ୍ଚଳର । ଶିଶୁଙ୍କ ପରିବାର ବାହାର ରାଜ୍ୟରୁ ଫେରି ହୋମ କ୍ଵାରେଣ୍ଟିନରେ ଥିଲେ । ତେବେ ଶିଶୁ କନ୍ୟାର ୫ ବର୍ଷର ଭାଇଠାରେ ମଧ୍ୟ ପୂର୍ବରୁ କରୋନା ଭୂତାଣୁ ମିଳିଛି ।
ଅନ୍ୟ ଆକ୍ରାନ୍ତ ଜଣକ ମହାରାଷ୍ଟ୍ରରୁ ଫେରିଥିବାବେଳେ ସେ କ୍ଵାରେଣ୍ଟିନ ସେଣ୍ଟରରେ ଥିଲେ । ଏହା ପରେ ମଙ୍ଗଳବଜାର ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଛି । ଏବେ ଝାରସୁଗୁଡା ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଂଚିଛି ।
ସୂଚନାଯୋଗ୍ୟ, ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୧୯୧ରେ ପହଂଚିଥିବାବେଳେ ୪୩୬ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ୭୪୮ଟି ସକ୍ରିୟ ମାମଲା ରହିଛି ।

Related posts

ନାଳ ପାଣିରେ ପଶି  ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ

mahabharatanews

ରାଜ୍ୟସ୍ୱାସ୍ଥ୍ୟ ବିଭାଗ କୋଭିଡ ମନିଟରିଂ ଟିମ କେନ୍ଦୁଗୁଡା ଗ୍ରାମ ପରିଦର୍ଶନ ଓ ଅଜଣା ରୋଗର ସ୍ଥିତି ଅନୁଧ୍ୟାନ କଲେ

mahabharatanews

 ଆଜି ଲୋକାର୍ପିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ 

mahabharatanews