ଓଡିଶା

ସମ୍ମାନ: ଗଲୱାନ ଘାଟି ସହିଦଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକରେ ଉଲ୍ଲେଖ ହେବ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସେନା ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ଯବାନଙ୍କୁ ସମ୍ମାନ ଦେବା ଲକ୍ଷ୍ୟରେ ସେମାନଙ୍କ ନାମକୁ ଜାତୀୟ ଯୁଦ୍ଧ ସ୍ମାରକରେ ଲିପିବଦ୍ଧ କରାଯିବ । ଏନେଇ ଜଣେ ସେନା ଅଧିକାରୀ ଗୁରୁବାର କହିଛନ୍ତି। ଜୁନ୍‍ ୧୫ରେ ଗଲୱାନ ଉପତ୍ୟକାରେ ଚୀନ ସୈନିକମାନେ ଭାରତୀୟ ସୈନ୍ୟଙ୍କୁ ପଥର, ଲୁହାରଡରେ ଆକ୍ରମଣ କରିଥିଲେ। ଚୀନ ସେନାର ମରଣାନ୍ତକ ଆକ୍ରମଣରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ବି ସନ୍ତୋଷ ବାବୁଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲେ। ଏହାକୁ ନେଇ ପୂରା ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା । ସହିଦ ସୈନିକଙ୍କ ପାଇଁ ସାରା ଦେଶରେ ଚୀନ ବିରୋଧୀ ଚିନ୍ତାଧାରା ସୃଷ୍ଟି ହୋଇଥିଲା । ଏହାକୁ ଦେଖି ଚୀନ ବିରୋଧରେ କେନ୍ଦ୍ର ସରକାର କୁଟନୀତିକ ପ୍ରତିବନ୍ଧକ ଲଗାଇଥିବା ବେଳେ ସହିଦଙ୍କ ସମ୍ମାନାର୍ଥେ ଯୁଦ୍ଧ ସ୍ମାରକୀରେ ସେମାନଙ୍କ ନାମ ଉଲ୍ଲେଖ କରିବାକୁ ଯାଉଛି ।

Related posts

୨୦ରେ ମା’ ସମଲେଶ୍ବରୀଙ୍କ ନବାନ୍ନ ଲାଗି 

mahabharatanews

ଜିଲ୍ଲା ସ୍ତରୀୟ ସରାଗିଫୁଲ- 2025 କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ବାଲିପୁଟ-ସାତକୋଶିଆର ଟେଣ୍ଟ ନିର୍ମାଣ ଶେଷ ପର୍ୟ୍ୟାୟରେ

mahabharatanews