ଓଡିଶା

ତାଳ ଧ୍ୱଜ ରଥର ୧୧ ଟି ଚକ ଶେଷ 

(ଗୋପ/ଜୟନ୍ତ ସେଠି): ତିନି ରଥର ନିର୍ମାଣ କାର୍ୟ୍ୟ ଆଗେଇ ଚାଲିଛି ।ତାଳ ଧ୍ୱଜ ରଥର ୧୧ ଟି ଚକ ଶେଷ ହୋଇ ଅନ୍ୟ ଦୁଇ ଟିର ତୁମ୍ବ ରେ ଅର ସଂଯୋଗ ହୋଇ ପଇ ବିନ୍ଧ କାର୍ୟ୍ୟ ଚାଲିଚି। ସେହିପରି ଦେବ ଦଳନ ରଥର ୯ ଟି ଚକ ଶେଷ ହୋଇଛି। ଏକଟି ର ତୁମ୍ଭ ରେ ଅର ସଂଯୋଗ ଚାଲି ଥିବା ବେଳେ ପ ଇ ବିନ୍ଧ କାର୍ୟ୍ୟ ଚାଲିଚି। ନନ୍ଦିଘୋଷ ରଥର ୧୧ ଟି ଚକ ଶେଷ ହୋଇଛି। ତାଳ ଧ୍ୱଜ ରଥର ସମସ୍ତ ୭ ଗୋଟି ଅଖ ଶେଷ ହୋଇ ମଠା କାର୍ୟ୍ୟ ଚାଲିଚି। ଦେବ ଦଳନ ରଥ ର ସମସ୍ତ ୬ ଗୋଟି ଅଖ ଶେଷ ହୋଇଛି। ଅନ୍ୟପଟେ ନନ୍ଦିଘୋଷ ରଥର ୬ ଟି ଅଖ ଶେଷ ହୋଇ ୨ ଟି ଅଖର କାର୍ୟ୍ୟ ଚାଲିଛି। ସେହିପରି ୩ ରଥର ଚାରୀ ନାହାକା କାର୍ୟ୍ୟ ଶେଷ ପର୍ୟ୍ୟାୟରେ ଥିବା ବେଳେ ୩ ରଥର ୨ ଟି ଲେଖାଏଁ ଗର ଗରା କାର୍ୟ୍ୟ ଚାଲିଚି। ଦୋଳ ବେଦୀ କୋଣ ରେ କରତି ସେବକ ଙ୍କ ଦ୍ଵାରା ଗୟଳ ଚିରଟ କାର୍ୟ୍ୟ ଚାଲିଚି। ସେହିପରି ଓଝା ସେବକମାନେ ରଥର ରେ ଲାଗି ବାକୁ ଥିବା ଅଖ କଣ୍ଟା , ଚାଉର ସ କଣ୍ଟା ତିଆରି ଚାଲିଛି। ରଥ ନିର୍ମାଣ କାର୍ୟ୍ୟ ଆରଂଭ ପୂର୍ବରୁ ସମସ୍ତ ସେବକ ଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଥିଲା।

Related posts

ବରୀରେ ରାସନ୍ କାର୍ଡ ହିତାଧିକାରୀ ବି ପାଉନି ସରକାରୀ ରିଲିଫ୍

mahabharatanews

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

mahabharatanews

ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟରେ ଶ୍ରମିକଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ

mahabharatanews