(ମହାଭାରତ): ତିରୁମାଲା ଭେଙ୍କେଟେଶ୍ୱର ମନ୍ଦିର ଟ୍ରଷ୍ଟ ବିଦେଶୀ ନାଗରିକଙ୍କୁ ମନ୍ଦିର ଭିତରକୁ ବ୍ୟାନ କରିବା ପାଇଁ ସୋମବାର ଅପିଲ କରିଛି । ଦର୍ଶନ ପାଇଁ ମନ୍ଦିରକୁ ଅ।ସୁଥିବା ଭକ୍ତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ଏପରି ପଦକ୍ଷେପ ନେଇଛି । ମନ୍ଦିରର ଟ୍ରଷ୍ଟ ତିରୁମାଲା ତିରୁପତି ଦେବସ୍ଥାନମ ଟିଟିଡି ବିଦେଶ ଯାତ୍ରାରୁ ଭାରତ ଫେରିବା ଭାପରେ ୨୮ ଦିନ ପର୍ଯ୍ୟନ୍ତ ତିରୁମାଲା ଯାତ୍ରା ନକରିବା ପାଇଁ ଅପିଲ କରିଛି ।
ଟିଟିଡିର କହିବା ଅନୁଯାୟୀ ମାରାତ୍ମକ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଅ।ଯାଇଛି । ଏହାସହିତ ସେ କହିଛନ୍ତି ଯେ ମନ୍ଦିରରେ ସର୍ବଦା ଭକ୍ତମାନଙ୍କର ଭିଡ ଲାଗି ରହିଥାଏ ।ଏପରିସ୍ଥଳେ କରୋନା ଭାଇରସରେ ପୀଡିତ କୌଣସି ବିଦେଶୀ ନାଗରିକ ଯଦି ମନ୍ଦିର ଭିତରକୁ ପ୍ରବେଶ କରନ୍ତି ତାହେଲେ ଏହାର ସଂକ୍ରମଣର ବିପଦ ବଢ଼ିଯାଇପାରେ । ଏହି କାରଣରୁ ବିଦେଶୀ ନାଗରିକ ମାନେ ଭାରତରେ ପ୍ରବେଶ କରିବାର ୨୮ ଦିନ ପର୍ଯ୍ୟନ୍ତ ତିରୁମାଲା ଯାତ୍ରା ନକରନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି ।
ସୂଚନା ଅନୁଯାୟୀ ତିରୁମାଲା ତିରୁପତି ଦେବସ୍ଥାନମ ଟିଟିଡି ସ୍ୱାସ୍ଥ୍ୟ ଟ୍ରଷ୍ଟ ଅଟେ ଯାହା ଅ ।ନ୍ଧ୍ରପ୍ରଦେଶର ତିରୁମାଲାରେ ତିରୁମାଲା ଭେଙ୍କେଟେଶ୍ୱର ମନ୍ଦିରକୁ ସଞ୍ଚାଳନ କରିଥାଏ । ଦୁନିଅ ।ର ଦ୍ୱିତୀୟ ସବୁଠାରୁ ଅଧିକ ଧନୀ ଏବଂ ସବୁଠାରୁ ଅଧିକ ପରିଦର୍ଶନ କରଯାଉଥିବା ଧାର୍ମିକ କେନ୍ଦ୍ରର ସଂ•ଳନ ଏବଂ ରାଜକୋଷର ଦେଖାଶୁଣା କରିଥାଏ ।