ଓଡିଶା

ତୁରେଇକେଲାରେ ମାଓ ପୋଷ୍ଟର

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ଏପରି ସମୟରେ ଲାଲଗଡ଼ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର। ପୋଷ୍ଟର ମାରି ମାଓବାଦୀମାନେ ଲୋକଙ୍କୁ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ପ୍ରବର୍ତ୍ତାଇଛନ୍ତି । ପୋଷ୍ଟର ମରା ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ସମର ସିଂ ନିକଟରେ ପୋଷ୍ଟର ଓ ବ୍ୟାନର ଲଗା ଯାଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବିରୋଧ କରିଛି ମାଓବାଦୀ ସଂଗଠନ। ଏହି ପୋଷ୍ଟରେ ଫେବୃଆରୀ ମାସରେ ହେବାକୁ ଥିବା ନିର୍ବାଚନକୁ ବର୍ଜନ କରିବା ପାଇଁ କୁହାଯାଇଛି। ଦୁର୍ନୀତି ଗ୍ରସ୍ତ ସରକାର ଓ ଦୁର୍ନୀତି ଗ୍ରସ୍ତ ନିର୍ବାଚନକୁ ବର୍ଜନ କରନ୍ତୁ । ଗାଁ ଗାଁରେ ଜନତା ସରକାର କରନ୍ତୁ ଓ ନେତା ମାନଙ୍କ ଦୁର୍ଗୀତିର ପର୍ଦ୍ଦାଫାସ କରିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଗାଁର ଉନ୍ନତି ପାଇଁ ନିଜେ ପ୍ରୟାସ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ ହୋଇଛି।

Related posts

ବସ ଧକ୍କାରେ ଦୁଇ ସ୍କୁଟି ଚାଳକ ମୃତ

mahabharatanews

ଜୋରସୋରରେ ଚାଲିଛି ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି

mahabharatanews

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ

mahabharatanews