Uncategorized

ତୁଷ।ରପାତରେ ଫସିଥିବା ୧୧୧ଜଣଙ୍କୁ ସୁରକ୍ଷିତ ଉଦ୍ଧାର

ଇଟାନଗର: ଅରୁଣାଚଳ ପ୍ରଦେଶରେ ୧୪୦୦୦ ଫୁଟ ଉପରେ ଫସିଥିବା ୧୧୧ ଜଣ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କ ଉଦ୍ଧାର ପାଇଁ ଭାରତୀୟ ସେନା ପକ୍ଷରୁ ଏକ ମାନବିକ ନିରାପତା ବ୍ୟବସ୍ଥା ଆରମ୍ଭ କରାଯାଇଛି । ଗତ ଶନିବାର ଦିନଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ ୨ଟି ଭାରତୀୟ ସେନା ଦଳ ମେଡିକାଲ କର୍ମଚାରୀ ଓ ଉଦ୍ଧାର ଗାଡି ସହ ଗତକାଲି ରାତି ତମାମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ଅରୁଣାଚଳ ପ୍ରଦେଶର ଶିଅଲାରେ ତୁଷାର ପାତ ହେବାରୁ ୧୧୧ ଜଣ ଫସିଯ।।ଇଥିଲେ । କିଛି ପର୍ଯ୍ୟଟକ ସେମାନଙ୍କ ଗାଡି ସହ ମଧ୍ୟ ରାସ୍ତାରେ ଫସି ଯାଇଥିଲେ । ସମାନଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ମଧ୍ୟ ରହିଥିଲେ । ଉଦ୍ଧାରକାରୀ ଦଳ ସେମାନଙ୍କୁ ଗରମ ଚା, ବିସ୍କୁଟ ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ । ଏହି କାର୍ଯ୍ୟ ଉପରେ ମୁଖ୍ୟମନ୍ତ୍ରୀ ଅଫିସ ପକ୍ଷରୁ ନଜର ରଖାଯାଇଥିଲା । ତେବେ ଅବିରାମ ପରିଶ୍ରମ କରି ଭାରତୀୟ ସେନା ସମସ୍ତ ଲୋକଙ୍କୁ ସିଅଲରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଏଥିନେଇ ଭାରତୀୟ ସେନାକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

Related posts

ଦେଶରେ ଗୋଟିଏ ଦିନରେ ୧୪ ହଜାର ୯୩୨ନୂଆ ଆକ୍ରାନ୍ତ

mahabharatanews

ଶରଜିଲ ଇମାମ ସମର୍ଥନରେ ସ୍ଲୋଗାନ, ୫୧ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା

mahabharatanews

ଜେଲରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

mahabharatanews