Uncategorized

ତୃଣମୂଳ କଂଗ୍ରେସର ୪ ପ୍ରାର୍ଥୀଙ୍କ ନାମ ଘୋଷଣା

(କୋଲକାତା): ରାଜ୍ୟସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏହି ତାଲିକାରେ ଅର୍ପିତା ଘୋଷ, ମୌସମ ନୁର, ଦିନେଶ ତ୍ରିବେଦୀ ଏବଂ ସୁବ୍ରତ ବକ୍ସିଙ୍କ ନାମ ରହିଛି । ଟିଏମସି ପକ୍ଷରୁ ୨ ଜଣ ମହିଳାଙ୍କୁ ଏଥର ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ଏହା ଟିଏମସି ପ୍ରାର୍ଥୀ ତାଲିକାର ୫୦ ପ୍ରତିଶତ ବୋଲ ମମତା କହିଛନ୍ତି । ଦଳ ସବୁବେଳେ ମହିଳା ସଶକ୍ତିକରଣ ପାଇଁ ଉଦ୍ୟମ ଅବ୍ୟାହତ ରଖିଛି । ତେବେ ଆନ୍ତର୍ଜାତିୟ ମହିଳା ଦିବସ ଅବସରରେ ଏହି ଘୋଷଣା କରାଯାଇଥିବାରୁ ଦଳ ପାଇଁ ଏହା ଗୌରବର ବିଷୟ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟସଭାରେ ପଶ୍ଚିମବଙ୍ଗର ୫ଟି ଆସନ ରହିଛି । ଏଥିରେ ୪ ଜଣ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଘୋଷିତ ହୋଇଥିବା ବେଳେ ବାକି ଥିବା ଗୋଟିଏ ଆସନର ପ୍ରାର୍ଥୀଙ୍କ ନାମ ଏଯାଏ ଘୋଷଣା ହୋଇନାହିଁ । ତେବେ ଏଠାରୁ ନାକପା-କଂଗ୍ରେସର ପ୍ରାର୍ଥୀ ନିର୍ବାଚିତ ହେବେ ବୋଲି ଶୁଣିବାକୁ ମିଳିଛି । ରାଜ୍ୟସଭାରେ ପଶ୍ଚିମବଙ୍ଗର ୪ଜଣ ଟିଏମସି ପ୍ରାର୍ଥୀ ଯୋଗନ ଚୌଧୁରୀ, ମନୀଷ ଗୁପ୍ତା, ଅହମ୍ମଦ ହସନ ଇମ୍ରାନ ଏବଂ କେଡି ସିଂହ ରହିଛନ୍ତି । ୫ମ ଆସନରେ ନାକପା ପ୍ରାର୍ଥୀ କୃତବ୍ରତ ବାନାର୍ଜୀ ୨୦୧୪ରେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୭ରେ ତାଙ୍କୁ ଦଳ ବହିଷ୍କାର କରିଥିଲା । ତେଣୁ ଏବେ ୫ମ ଆସନ ପାଇଁ ପ୍ରାର୍ଥୀ କିଏ ହେବ ସେ ନେଇ ପଶ୍ଚିମବଙ୍ଗରେ ଚର୍ଚ୍ଚା ଜୋର ଧରିଛି ।

Related posts

ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ପ୍ରଥମ ବୈଠକ

mahabharatanews

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ

mahabharatanews

ରହସ୍ୟମୟ କୁଣ୍ଡ

mahabharatanews