ଅପରାଧଓଡିଶା

ଦହିବରା ବଞ୍ଚେଇଦେଲା ପୁଅର ଜୀବନ

(ଭୁବନେଶ୍ୱର) ; କୁନି ପୁଅକୁ ବଞ୍ଚାଇଦେଲା ଦହିବରା । ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରୀୟଙ୍କା ହତ୍ୟାମାମାଲରେ ଆଜି ଜଗନ୍ନାଥକୁ ଜେରା କରାଯାଉଥିଲା । ଜଗନ୍ନାଥ ଙ୍କ ବିଷୟରେ ବଡ ସୂଚନା ଦେଲେ ଡିସିପି ଉମାଶଙ୍କର ଦାସ । ହତ୍ୟାର ୪ ଦିନ ପୂର୍ବରୁ ସୁଇସାଇଡ ନୋଟ ପ୍ରସ୍ତୁତ କରିଥିଲା ଅଭିଯଯୁକ୍ତ । ଘଟଣା ଦିନ ଚକୋଲେଟ, ଥଣ୍ଡା , ଛୁରୀ , ସିନ୍ଦୁର , ବିଷ ନେଇ ଯାଇଥିଲା ଅଭିଯୁକ୍ତ । ଜଗନ୍ନାଥ ଘରେ ପହଞ୍ଚିଲା ବେଳକୁ ପ୍ରିୟଙ୍କା ସହ ପୁଅ ଥିଲା ଘରେ । ପ୍ରଥମେ ପ୍ରିୟଙ୍କା ଏବଂ ପୁଅ ସହ ସେଲ୍ଫି ନେଇଥିଲା ଜଗନ୍ନାଥ । ଘର ମାଲିକ ପ୍ରିୟଙ୍କାଙ୍କ ଘରକୁ ଦହିବରା ନେଇ ଯିବା ବେଳେ ଜଗନ୍ନାଥ ବାଥରୁମରେ ଲୁଚି ଯାଇଥିଲା । ଘର ମାଲିକ ପ୍ରିୟଙ୍କାକୁ ଦହିବରା ଦେଇ ସାଙ୍ଗରେ ପୁଅକୁ ନେଇଯାଇଥିଲେ । ସେ ଗଲାପରେ ବାଥରୁମରୁ ବାହରିିଥିଲା ଜଗନ୍ନାଥ ଏବଂ ପ୍ରିୟଙ୍କାକୁ ସାଙ୍ଗରେ ଯିବାକୁ ବାଧ୍ୟ କରିଥିିଲା ଜଗନ୍ନାଥ , । କିନ୍ତୁ ପ୍ରିୟଙ୍କା ଯିବାକୁ ମନା କରିବାର ୁଦୁହିଁଙ୍କ ଭିତରେ ଜୋରରେ ଝଗଡା ହୋଇଥିଲା । ପ୍ରିୟଙ୍କାକୁ ହତ୍ୟା କରିବା ପୂର୍ବରୁ ମଥାରେ ସିନ୍ଦୁର ବୋଳିଥିଲା ଜଗନ୍ନାଥ । ତେବେ ଦହିବାର ପାଇଁ ପୁଅ ବର୍ତ୍ତିଯାଇଥିବା ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର । ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାର ଅଭିଯୁକ୍ତ କୁ ଆଜି ଏୟାରଫିଲ୍ଡ ଥାନା ପୁଲିସ ଜେରା କରୁଥିଲା ।

Related posts

ବର୍ଷାରେ ଭୁଶୁଡିଲା ଘରର କାନ୍ଥ : ୫ ଜଣଙ୍କ ମୃତ୍ୟୁ , ୪ ଗୁରୁତର

mahabharatanews

ରାଜ୍ୟ ପୋଲିସରେ ୨୮ଟି ସବ୍ଇନସପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

mahabharatanews

ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ନିର୍ମାଣ ହେବ ହସ୍ପିଟାଲ 

mahabharatanews