ରାଜନୀତି

କଂଗ୍ରେସ ଛାଡିଲେ ପ୍ରଦେଶ ଅଧ୍ୟକ୍ଷଙ୍କ ସମେତ ୭ ବିଧାୟକ

ଇମ୍ଫାଲ: ମଣିପୁର କଂଗ୍ରେସକୁ ବଡ ଝଟକା । ରାଜ୍ୟ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦଦାସ କୈଥୁଜମ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ କୈଥୁଜମ ବିଷ୍ଣୁପୁର ଆସନରୁ ୬ ଥର ବିଧାୟକଭାବେ ନିର୍ବାଚିତ ହୋଇଆସିଛନ୍ତି । ଏବେ ସେ ଦଳ ଛାଡିବା ପରେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । ତାଙ୍କ ସହ ଆଉ ୭ ଜଣ କଂଗ୍ରେସ ବିଧାୟକ ମଧ୍ୟ ବିଜେପିରେ ସାମିଲ ହେବା ନେଇ ସୂଚନା ରହିଛି ।
୨୦୨୦ ଡିସେମ୍ବରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରିଥିଲେ । ତେବେ ୨୦୨୨ରେ ମଣିପୁର ବିଧାନସଭା ନିର୍ବାଚନ ପୂର୍ବରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ମଣିପୁରର ୬୦ ଆସନ ମଧ୍ୟରୁ ୪୫ଟି ଆସନ ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି ।

Related posts

ପୁଞ୍ଜିପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିବେ ମୁଖମନ୍ତ୍ରୀ

mahabharatanews

ନିଷେଧାଞ୍ଚଳରେ ବିଜେଡିର ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ପ୍ରାର୍ଥୀ

mahabharatanews

୧୬ ବିଧାୟକ ଅଯୋଗ୍ୟ ମାମଲା, ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତି ନେବାକୁ ମନା କଲେ ସୁପ୍ରିମକୋର୍ଟ ନାହିଁ

mahabharatanews