ଓଡିଶା

ବିଧାୟକଙ୍କ କରକମଳରେ ଉଦ୍ଘାଟିତ ହେଲା ବିଭିନ୍ନ ପ୍ରକଳ୍ପ

ସୋନପୁର/ଓମ୍ ପ୍ରକାଶ ମିଶ୍ର :ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ଅନେକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଉଲୁଣ୍ଡା ବ୍ଲକ ସଦରରେ ନବନିର୍ମିତ ବ୍ଲକ ମିଶନ ଶକ୍ତି ଭବନର ଉଦ୍ଘାଟନ କରାଯାଇଥିଲା । ଏଥି ସହିତ ଚଡାଇପଙ୍କ ଗ୍ରାମର ଅମୃତ ଧାରା , କ୍ଷେମାଲୋଏ ଗ୍ରାମର ଉପ ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର, ବରପଦର ଗ୍ରାମର ମିଶନ ଶକ୍ତି ଗୃହ ଏବଂ କମ୍ୟୁନିଟି ସେଣ୍ଟର , ପଞ୍ଚମହଲାର କମ୍ୟୁନିଟି ସେଣ୍ଟର ଏବଂ କୁମରକେଲି ଗ୍ରାମର କନ୍ଧପଡାରେ ଏକ ଗୋଷ୍ଠୀ କେନ୍ଦ୍ରର ଉଦ୍ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ପଦ୍ମନାଭ ବେହେରା ପ୍ରକଳ୍ପଗୁଡିକର ଶୁଭ ଉଦ୍ଘାଟନ କରିଥିଲେ । ବିଧାୟକଙ୍କ ସହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଡିଓ ହେମସାଗର ଭୋଇ, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଜୋନ -୧ ଜିଲ୍ଲାପରିଷଦ ବିଜୟାଲକ୍ଷ୍ମୀ ତରାଇ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ବୀରମହାରାଜପୁର ବ୍ଲକ ଉପାଧକ୍ଷ ନାରାୟଣ ଲୁହା, ଉଲୁଣ୍ଡା ବ୍ଲକ ଉପାଧକ୍ଷ ସଂଜୀବ ଦେହେରୀ । ଏଥି ସହ ସ୍ଥାନୀୟ ସରପଂଚ ଏବଂ ସମିତି ସଭ୍ୟ , ଯୁବନେତା କୁର୍ତ୍ତିବାସ ମିଶ୍ର, ବିହାରୀଲାଲ ମିଶ୍ର ସମେତ ଅନେକ ଦଳୀୟ କର୍ମୀ ସାମିଲ ହୋଇଥିଲେ।

 

 

Related posts

କୋଇଲା ଦୁର୍ନୀତିରେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ

mahabharatanews

ଜିଲ୍ଳାପାଳ, ଏଡିଏମ, ବିଡିଓ, ତହସିଲଦାର ଆଉ ଆଇଆଇସି ବିଜେଡ଼ିକୁ ଜିତେଇବାକୁ ଳାଗି ପଡ଼ିଛନ୍ତି:କଂଗ୍ରେସ

mahabharatanews

 ଆସନ୍ତାକାଲି ଡାଳିକିଆ ବେଶରେ ଦର୍ଶନ ଦେବେ ମହାପ୍ରଭୁ

mahabharatanews