ଓଡିଶା

ଦିଗପହଣ୍ଡିରେ ପହଞ୍ଚିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଦତ୍ତ ରିଲିଫ ସାମଗ୍ରୀ

(ହିଞିଳି/ ରଜନୀକାନ୍ତ ପାତ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଗୁରୁବାର ଏକ ରିଲିଫ ସାମଗ୍ରୀ ବୋଝେଇ ଟ୍ରକ ପଠାଇଛନ୍ତି। ଟ୍ରକଟି ଦିଗପହଣ୍ଡି ସ୍ଥିତ ବିଜେପି ଦଳୀୟ କାର୍ୟ୍ୟାଳୟ ନିକଟରେ ପହଞ୍ଚିଛି । ସନ୍ଧ୍ୟାରେ ଦଳର କାର୍ୟ୍ୟକର୍ତ୍ତା ମନୋଜ କୁମାର ପଣ୍ଡା, ଶୁଭେନ୍ଦୁ କୁମାର ପାଢୀ, ସୂର୍ୟ୍ୟନାରାୟଣ ସାହୁ ପ୍ରମୁଖ ରିଲିଫ ସାମଗ୍ରୀ ସମ୍ପର୍କରେ ସୁଚନା ଦେଇଥିଲେ । ଚୁଡା,ବିସ୍କେଟ,ମାକ୍ସ,ସାବୁନ,ଚାଉଳ,ଡାଲି ଓ ଚିନି ଭଳି ଶୁଖିଲା ସାମଗ୍ରୀ କେନ୍ଦ୍ରମନ୍ତ୍ରୀ ପଠାଇଥିବା ଜଣାପଡିଛି । ଏସବୁ ଖାଦ୍ୟ ସାମଗ୍ରୀ ଗରିବ,ନିଷ୍ପେଶିତ ଲୋକଙ୍କୁ ବଣ୍ଟାଯିବା ସମ୍ପର୍କରେ ସେମାନେ ସୁଚନା ଦେଇଛନ୍ତି। ତା ସହିତ କରୋନା ର ଭୟାବହତା ସମ୍ପର୍କରେ ଲୋକମାନଙ୍କୁ ବ୍ୟାପକ ସଚେତନ କରିବା ସହ ଏହି କରୋନା ଯୁଦ୍ଧରେ ସମସ୍ତ ଦଳୀୟ କର୍ମୀ ସହଯୋଗ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିବା ସେମାନେ କହିଛନ୍ତି।

Related posts

କଙ୍କରୋଡା ସାଇନ୍ସ କଲେଜ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

mahabharatanews

ହାଣ୍ଡିଶାଳେ ଲାଗିଛି ନିଆଁ

mahabharatanews

ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ

mahabharatanews