ଓଡିଶା

ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଉଡିଲା ବିମାନ

(ମମତା ସାମଲ ): କରୋନା ଭାଇରସ ପାଇଁ ଦେଶରେ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଲାଗୁ ହୋଇଥିବା ଲକଡାଉନର ୨ ମାସ ପରେ ଆଜିଠାରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ବିମାନ ଉଡିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭୁବନେଶ୍ୱର ପାଇଁ ବିମାନ ସକାଳ ୬ଟା ୫୦ରେ ଉଡିବା ଆରମ୍ଭ କରିଛି । ଏହି ବିମାନ ସକାଳ ୯ଟା ୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିପାରେ । ଏହି ସମୟରେ ବିମାନରେ ବସିଥିବା ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଛନ୍ତି । ବିମାନରେ ବସିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ଏୟାରଲାଇନ୍ସ ତରଫରୁ ଫେସ କଭର ମାସ୍କ ଦିଆଯାଇଥିଲା । ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଭିସ୍ତାରା ଏୟାରଲାଇନର ବିମାନ ଦିଲ୍ଲୀରୁ ଭୁବନେଶ୍ୱର ପାଇଁ ସକାଳ ୬ଟା ୫୦ରେ ଉଡିବା ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ପୂରା ୨ ମାସ ପରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ପୁଣି ଥରେ ଆଜିଠାରୁ ବିମାନ ସେବା ଆରମ୍ଭ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୋର ୪ଟା ୪୫ରେ ପୁଣେ ପାଇଁ ପ୍ରଥମ ବିମାନ ଉଡ଼ିଛି । ସେହିପରି ୭ଟା ୪୫ରେ ଏଠାରେ ବିମାନ ଅବତରଣ କରିବା ପାଇଁ ଅହମଦାବାଦରୁ ବିମାନ ଉଡ଼ିବାକୁ ପ୍ରସ୍ତୁତ ଅଛି । ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗକୁ ଛାଡ଼ି ଆଜି ପୂରା ଭାରତରେ ଘରୋଇ ବିମାନ ସେବା ଆରମ୍ଭ ହେଉଛି ।

Related posts

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଫସଲ ନଷ୍ଟ

mahabharatanews

ତିନିଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ

mahabharatanews

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

mahabharatanews