Uncategorized

ଦିଲ୍ଲୀର ଦୁଇ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ, ୧ ମୃତ

(ନୂଆଦିଲ୍ଲୀ): ଗୁରୁବାର ସକାଳେ ଦିଲ୍ଲୀର ଦୁଇଟି ପୃଥକ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ପୂର୍ବ ଦିଲ୍ଲୀର ପତପରଗଞ୍ଜରେ ଥିବା ଏକ ପ୍ରିଣ୍ଟିଂ ପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଏଥିରେ ଆହତ ହୋଇଛନ୍ତି । ଏହାର କିଛି ସମୟ ପରେ ନୋଏଡାରେ ଥିବା ଇଏସଆଇ ହସ୍ପିଟାଲରେ ମଧ୍ୟ ନିଆଁ ଲାଗଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି । କିନ୍ତୁ ଏଯାଏ ହସ୍ପିଟାଲ କର୍ତ୍ତୃପକ୍ଷ କିମ୍ବା ଅଗ୍ନିଶମ କର୍ମଚାରୀ ମୃତାହତଙ୍କ ସମ୍ପର୍କରେ ସୂଚନା ଦେଇ ନାହାନ୍ତି ।

ବୁୁଧବାର ରାତି ପ୍ରାୟ ୨ଟା ୪୦ରେ ପତପରଗଞ୍ଜରେ ଥିବା ଏକ ୩ ମହଲା ବିଶିଷ୍ଟ ପେପର ପ୍ରିଣ୍ଟିଂ ପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା । ଖବର ପାଇ ୩୨ଟି ଦମକଳ ବାହିନୀ ଗାଡି ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଉଦ୍ଧାର କାର୍ଯ୍ୟବେଳେ ଗୋଦାମ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ୪ ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିବା ଅଗ୍ନିଶମ ବିଭାଗ ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି ।

ସେହିପରି ନୋଏଡାର ସେକ୍ଟର ୨୪ରେ ଥିବା ୭ ମହଲା ବିଶିଷ୍ଟ ଇଏସଆଇ ହସ୍ପିଟାଲରେ ମଧ୍ୟ ଗୁରୁବାର ସକାଳେ ନିଆଁ ଲାଗିଛି । କୌଣସି କାରଣରୁ ହସ୍ପିଟାଲର ବେସମେଣ୍ଟରରେ ନିଆଁ ଲାଗିଥିଲା । ଏହାପରେ ନିଆଁ ବିଭିନ୍ନ ଫ୍ଲୋରକୁ ବ୍ୟାପିଥିଲା । ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଥିଲେ । ଖବର ଲେଖାହେବା ବେଳକୁ ଏଥିରେ ମୃତାହତଙ୍କ ସଂଖ୍ୟା ଜଣାପଡି ନଥିଲା ।

Related posts

ଲିକ୍ ହେଲା ଫିଲ୍ମ ‘ବ୍ରହ୍ମାସ୍ତ୍ର’ଗୀତ ଭିଡିଓ, ଡ୍ୟାନ୍ସ କରୁଥିବା ନଜର ଆସିଲେ ଆଲିଆ-ରଣବୀର

mahabharatanews

ମୁମ୍ବାଇ ବିପିସିଏଲ ପ୍ଲାଣ୍ଟରେ ନିଆଁ

mahabharatanews

ଜେନେରାଲ ବିପିନ ରାୱତ ହେଲେ ପ୍ରଥମ ସିଡିଏସ

mahabharatanews