ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ସରକାରର ଅଟୋ ଭଡା ବୃଦ୍ଧି ନିଷ୍ପତ୍ତି ଉପରେ ରୋକ ଲଗାଇ ଦେଇଛନ୍ତି । ମୁଖ୍ୟ ବଚାରପତି ଜଷ୍ଟିସ ଡି ଏନ ଅଟେଲ ଓ ଜଷ୍ଟିସ ସି ହରି ଶଙ୍କରଙ୍କ ଖଣ୍ଡପୀଠ ୧୨ ଜୁନ ଅଧିସୂଚନା ଉପରେ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଭଡା ବୃଦ୍ଧି ଉପରେ ସ୍ଥଗିତାଦେଶ ଦେଇଛନ୍ତି । ଏହି ମାମଲାର ଆସନ୍ତା ଶୁଣାଣି ମେ ୨୧ ତାରିଖରେ ହେବ ।
ଏଡିଙ୍ଗ ହେଡ୍ସ ଫାଉଣ୍ଡେସନ ନାମକ ଏନଜିଓର ଯାଚିକା ଉପରେ ସ୍ଥଗିତାଦେଶ ଦେଇଛନ୍ତି । ଏନଜିଓ ପକ୍ଷରୁ କୁହାଯାଇଥିଲା, ବର୍ଦ୍ଧିତ ଅଟୋ ଭଡା ଉପରେ ରୋକ ଲଗାଯାଉ । କାରଣ ଏହା କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଲଗା ଯ।।ଇଛି ଓ ଏଥିରେ ସାଧାରଣ ଲୋକ ଅସୁବିଧା ଭୋଗିବେ ।
ସୂଚନାଯୋଗ୍ୟ, ଉଚ୍ଚ ନ୍ୟାୟାଳୟ ଗତ ବର୍ଷ ଜୁଲାଇ ୮ ତାରିଖରେ ଅଟୋ ରିକ୍ସା ଭଡା ବୃଦ୍ଧି ପରି ଆପ ସରକାରର ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗ।।ଇବାକୁ ମନା କରିଦେଇଥିଲେ । କିନ୍ତୁ ଏହି ମାମଲାରେ କୋର୍ଟ କେନ୍ଦ୍ର ଦିଲ୍ଲୀ ସରକାର ଓ ତାର ପରିବହନ ବିଭାଗ ଓ ଜନହିତ ଯାଚିକାରେ ସଂଶୋଧନ ଆୟୋଗକୁ ନୋଟିସ ଜାରି କରିଥିଲେ ।