Uncategorized

ଦିଲ୍ଲୀ ଅଟୋ ଭଡା ବୃଦ୍ଧି ଉପରେ ହାଇକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ସରକାରର ଅଟୋ ଭଡା ବୃଦ୍ଧି ନିଷ୍ପତ୍ତି ଉପରେ ରୋକ ଲଗାଇ ଦେଇଛନ୍ତି । ମୁଖ୍ୟ ବଚାରପତି ଜଷ୍ଟିସ ଡି ଏନ ଅଟେଲ ଓ ଜଷ୍ଟିସ ସି ହରି ଶଙ୍କରଙ୍କ ଖଣ୍ଡପୀଠ ୧୨ ଜୁନ ଅଧିସୂଚନା ଉପରେ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଭଡା ବୃଦ୍ଧି ଉପରେ ସ୍ଥଗିତାଦେଶ ଦେଇଛନ୍ତି । ଏହି ମାମଲାର ଆସନ୍ତା ଶୁଣାଣି ମେ ୨୧ ତାରିଖରେ ହେବ ।

ଏଡିଙ୍ଗ ହେଡ୍ସ ଫାଉଣ୍ଡେସନ ନାମକ ଏନଜିଓର ଯାଚିକା ଉପରେ ସ୍ଥଗିତାଦେଶ ଦେଇଛନ୍ତି । ଏନଜିଓ ପକ୍ଷରୁ କୁହାଯାଇଥିଲା, ବର୍ଦ୍ଧିତ ଅଟୋ ଭଡା ଉପରେ ରୋକ ଲଗାଯାଉ । କାରଣ ଏହା କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଲଗା ଯ।।ଇଛି ଓ ଏଥିରେ ସାଧାରଣ ଲୋକ ଅସୁବିଧା ଭୋଗିବେ ।

ସୂଚନାଯୋଗ୍ୟ, ଉଚ୍ଚ ନ୍ୟାୟାଳୟ ଗତ ବର୍ଷ ଜୁଲାଇ ୮ ତାରିଖରେ ଅଟୋ ରିକ୍ସା ଭଡା ବୃଦ୍ଧି ପରି ଆପ ସରକାରର ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗ।।ଇବାକୁ ମନା କରିଦେଇଥିଲେ । କିନ୍ତୁ ଏହି ମାମଲାରେ କୋର୍ଟ କେନ୍ଦ୍ର ଦିଲ୍ଲୀ ସରକାର ଓ ତାର ପରିବହନ ବିଭାଗ ଓ ଜନହିତ ଯାଚିକାରେ ସଂଶୋଧନ ଆୟୋଗକୁ ନୋଟିସ ଜାରି କରିଥିଲେ ।

Related posts

ଭ୍ରଷ୍ଟାଚାର ମାମଲ।ରେ ସିବିଆଇ ଯାଞ୍ଚକୁ ନେଇ କେ।ର୍ଟ ଅସନ୍ତୁଷ୍ଟ

mahabharatanews

ବଡଗାମ ଜିଲ୍ଲାରେ ୨ ଆତଙ୍କୀ ନିହତ

mahabharatanews

ନାସା ପକ୍ଷରୁ ମଙ୍ଗଳର ଗୁମ୍ଫା, ଜ୍ୱଳାମୁଖୀ ଫଟୋ ଜାରି

mahabharatanews