ନୂଆଦିଲ୍ଲୀ: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ଦିଲ୍ଲୀରେ ବର୍ଷା ବିତ୍ପାତ । ଦିଲ୍ଲୀ-ଏନସିଆରରେ ଲଗାଣ ବର୍ଷା ଦିଲ୍ଲୀ ବାସୀଙ୍କ ସ୍ଥିତି ବେହାଲ କରିଛି । କୃତ୍ରିମ ବନ୍ୟାରେ ଉବୁଟୁବୁ ହୋଇଛି ଦିଲ୍ଲୀ । ସାଂସଦ ଓ ମନ୍ତ୍ରୀଙ୍କ ଘରେ ପଶିଛି ପାଣି । ରାଜରାସ୍ତାରେ ଲହଡି ଭାଙ୍ଗୁଛି ପାଣି ସୁଅ । ବର୍ଷା, ଜମି ରହିଥିବା ପାଣି ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିଛି । ତଳିଆ ଅଞ୍ଚଳ ସହ ମୁଖ୍ୟ ରାସ୍ତାରେ ପାଣି ଜମି ରହିବାରୁ ସାଧାରଣ ଲୋକ ହନ୍ତସନ୍ତ ହୋଇଛନ୍ତି ।
ଦିଲ୍ଲୀର ଏହି ପରିସ୍ଥିତି ଦୀର୍ଘ ୮୮ ବର୍ଷର୍ର ରେକର୍ଡ ଭାଙ୍ଗିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୨୪ ଘଂଟା ଭିତରେ ଦିଲ୍ଲୀରେ ୨୨୮ ମିମି ବର୍ଷର୍ା ରେକର୍ଡ କରାଯାଇଛି ।
୧୯୩୬ ପରେ ଦିଲ୍ଲୀରେ କେବେ ବି ଏଭଳି ପରିସ୍ଥିତି ଦେଖିବାକୁ ମିଳି ନଥିଲା । ୧୯୩୬ ମସିହା ଜୁନ ମାସରେ ଦିଲ୍ଲୀରେ ସର୍ବାଧିକ ୨୩୫.୫ ମିମି ବର୍ଷା ରେକର୍ଡ କରାଯାଇଥିଲା । ଜୁନ ମାସରେ ସାଧାରଣତଃ ଦିଲ୍ଲୀରେ ୮୦.୬ ମିମି ବର୍ଷର୍ା ହୋଇଥାଏ । କିନ୍ତୁ ୨୪ ଘଂଟାର ୨୨୮ ମିମି ବର୍ଷର୍ା ହୋଇଛି ।