Uncategorized

ଦିଲ୍ଲୀ ହିଂସାକୁ ନରସଂହାର କହିଲେ ମମତା

କୋଲକାତା: ଅଲ ଇଣ୍ୃିଆ ମଜଲିସ ଏ ଇତେହାଦୁଲ ମୁସ୍ଲିମ (ଏଆଇଏମଆଇଏମ) ପ୍ରମୁଖ ଅସବୁଦିନ ଓମେସୀଙ୍କ ପରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ହିଂସାକୁ ନରସଂହାର କହିଛନ୍ତି । ମମତା ସୋମବାର କହିଛନ୍ତି, ଦିଲ୍ଲୀ ହିଂସା ।ସୁନିୟୋଜିତ । ଏଥିନେଇ ମମତା ବିଜେପିକୁ କେନ୍ଦ୍ର ଶାସନ ଗଦିରୁ ହଟାଇବାକୁ ଆହ୍ୱାନ କରିଛନ୍ତି । ମମତା କହିଛନ୍ତି, ଏହି ଏକଛତ୍ରବାଦୀ ସରକାରକୁ ସମୂଳେ ଉତ୍ପାଟନ କରିବା ଆବଶ୍ୟକ । ଯେପର୍ଯ୍ୟନ୍ତ ଏହି ସରକାରକୁ ହଟାଯାଇନାହିଁ ଆମେ ଚୁପ ବସିବୁ ନାହିଁ ।

ଦିଲ୍ଲୀ ହିଂସା ଏକ ନରସଂହାର । ଏହା ଉପରେ ମମତା କହିଛନ୍ତି, ମୁଁ ପଚାରିବାକୁ ଚାହେଁ, ଏତେ ମୃତ୍ୟୁ ହେବା ପରେ କାହିଁ ବିଜେପି ନେତାଙ୍କୁ ଗିରଫ କରାଯାଇ ନ।।ହିଁ, ଯିଏ ଉତ୍ତେଜକ ବୟାନ ଦେଉଥିଲେ । ଏଥିପାଇଁ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି କ୍ଷମା ପ୍ରାର୍ଥନା କରାଯାଇନାହିଁ । ତା ଉପରେ ପୁଣି ବେଲଜ୍ୟାଙ୍କ ପରି କହୁଛନ୍ତି, ଏହାକୁ ପଶ୍ଚିମ ବଙ୍ଗ ନେଇଯିବେ । ମମତା ଆହୁରି କହିଛନ୍ତି, ଉତ୍ତର ପ୍ରଦେଶ ଯାଇ ଦେଖନ୍ତୁ, ସେଠାରେ ଲୋକଙ୍କର ବାକ୍ ସ୍ୱାଧୀନତା ନାହିଁ । ଯଦି କୌଣସି ମହିଳା ଅଭିଯୋଗ କରୁଛି, ତେବେ ସେଥିପାଇଁ ତାକୁ ପ୍ରାଣ ଦେବାକୁ ହେଉଛି ।

Related posts

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା

mahabharatanews

ଫଡନବିସଙ୍କୁ ସୁପ୍ରିମକୋର୍ଟର ଝଟକା

mahabharatanews

ତାଲିବାନର ପ୍ରଭାବ ଏବେ ପାକିସ୍ତାନ ଉପରେ

mahabharatanews