Uncategorized

ଦିଲ୍ଲୀ ହିଂସା:ଘୃଣା ମନ୍ତବ୍ୟର ଶୁଣାଣି ପାଇଁ ଦିଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ

(ନୂଆଦିଲ୍ଲୀ): ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ହିଂସା ପୂର୍ବରୁ ଘୃଣା ଓ ଉତ୍ତେଜନା ସୃଷ୍ଟି କରିବା ଭଳି କିଛି ରାଜନେତା ସର୍ବସାଧାରଣରେ ବୟାନ ଦେଇଥିଲେ । ଏଭଳି ରାଜନେତାଙ୍କ ବିରୋଧରେ ମାମଲା ହେବ ରୁଜୁ ହେବ କି ନାହିଁ ତା’ର ଶୁଣାଣି ଏଣିକି ଦିଲ୍ଲୀ ହାଇକୋର୍ଟ କରିବେ । ଏନେଇ ସୁପ୍ରିମକୋର୍ଟ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହିଂସାକୁ ଉସୁକାଇବା ଭଳି ବୟାନ ଦେଇଥିବା ନେତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା । ଏବେ ଏଗୁଡିକର ଶୁଣାଣି ଦିଲ୍ଲୀ ହାଇକୋର୍ଟ କରିବେ । ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ଠାରୁ ଏହି ଆବେଦନଗୁଡିକର ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ମାମଲା ରୁୁଜୁ ପାଇଁ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା । କିନ୍ତୁ ହାଇକୋର୍ଟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀ ପୋଲିସ ଓ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବା ପାଇଁ ୪ ସପ୍ତାହର ସମୟ ଦେଇଥିଲେ । ଦିଲ୍ଲୀରେ ଦଙ୍ଗା ପୂର୍ବରୁ ଘୃଣା ମନ୍ତବ୍ୟ ଦେଇଥିବା ବିଜେପି ନେତା କପିଲ ମିଶ୍ରା, ଅନୁରାଗ ଠାକୁର ଓ ପରବେଶ ବର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ଆବେଦନକାରୀ ଫାରହା ନକଭି ଓ ହର୍ଷ ମେଣ୍ଡର ନିବେଦନ କରିଥିଲେ । ଦିଲ୍ଲୀ ହାଇକୋର୍ଟ ଏହି ଶୁଣାଣି ଘୁଞ୍ଚାଇ ଦେବାରୁ ଏହା ବିରୋଧରେ ଶେଖ ମୁଜାତବ ଫାରୁକ୍ ଓ ଅନ୍ୟ ୮ ଜଣ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

Related posts

ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ନିଭାର

mahabharatanews

ଆସାମରେ ଖୋଲିଲା ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କ

mahabharatanews

ଋଷିଆର ପ୍ରଧାନମନ୍ତ୍ରୀ ମିଖାଲି ମିଶୁଷ୍ଟିନ ମଧ୍ୟ କରୋନା ଭାଇରସ ପଜିଟିଭ

mahabharatanews