ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସାର ଏକ ସପ୍ତ।।ହ ପରେ ଲୋକେ ସୁରକ୍ଷା ବଳ ଦ୍ୱାରା ଯୋଗାଇ ଦିଅ।।ଯାଉଥିବା ରିଲିଫ ସାମଗ୍ରୀ ସଂଗ୍ରହରେ ଲାଗି ଯାଇଛନ୍ତି । ସିଏଏ ବିରୋଧରେ ହୋଇଥିବା ଦଙ୍ଗାରେ ଜାଫରାବାଦ, ମୌଜପୁର, ବାବରପୁର, ଚାନ୍ଦ ବ।।ଗ, ଶିବ ବିହାର, ଭଜନପୁରା, ଜମୁନା ବିହାର ଓ ମୁସ୍ତାଫାବାଦ ଅଧିକ ପ୍ରଭାବିତ ହୋଇଥିବରୁ ସେହି ସବୁ ସ୍ଥାନରେ ପୁଲିସ ପକ୍ଷରୁ ପ୍ଲାଗ ମାର୍ଚ୍ଚ କରାଯିବା ସହ ଲୋକଙ୍କ ସହ ବୈଠକ କରାଯାଉଛି । ମୁସ୍ତାଫବାଦର ଇଦଗାହ ରିଲିଫ କ୍ୟାମ୍ପରେ ପରିଣତ ହୋଇଛି ଓ ସ୍ଥାନୀୟ ଲୋକେ ମଧ୍ୟ ସେମାନଙ୍କ ଦ୍ୱାର ଆଶ୍ରୟ ଖୋଜୁଥିବା ଲୋକଙ୍କ ପାଇଁ ଖୋଲି ଦେଇଛନ୍ତି । ରିଲିଫ କ୍ୟାମ୍ପରେ ମଧ୍ୟ ଲୋକେ ଆଶ୍ରୟ ନେଇଛନ୍ତି ଓ ଶ୍ରୀରାମ କଲୋନୀରେ ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଆଶ୍ରୟହୀନ ପରିବାର । ହିଂସା ପାଇଁ ସ୍ଥଗିତ ଥିବା ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ଯାଉଛନ୍ତି । ପୁଲିସ ଓ ପାରାମିଲିଟାରୀ ଫୋର୍ସ ପରୀକ୍ଷା କେନ୍ଦ୍ର ବାହାରେ ଜଗିରହିଛନ୍ତି । କିଛି ଲୋକ ପୋଡିଯାଇଥିବା ସେମାନଙ୍କ ଘରକୁ ଯାଇ ସେମାନଙ୍କ କ୍ଷୟକ୍ଷତିର ଆକଳନ କରୁଛନ୍ତି । କିନ୍ତୁ ଘରଛାଡି ଅନ୍ୟତ୍ର ଚାଲିଯାଇଥିବା ପରିବା ଏବେ ମଧ୍ୟ ଘରକୁ ଫେରିବ।।କୁ ସୁରକ୍ଷିତ ମଣୁ ନାହାନ୍ତି । ପୁଲିସ କହିଛନ୍ତି, ଦଙ୍ଗା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି ।
ସୂଚନା ଯୋଗ୍ୟ, ଦିଲ୍ଲୀ ହିଂସା ମାମଲାରେ ଦିଲ୍ଲୀ ପୁଲିସ ୪୩୬ଟି ଏଫଆଇଆର ପଞ୍ଜିକୃତ କରିବା ସହ ୧୪୨୭ ଜଣଙ୍କୁ ଅଟକ ରଖିଛି । ଏହି ହିଂସାରେ ୪୨ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।