ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ସହ ଜଡିତ ମାମଲାର ଅଭିଯୁକ୍ତ ତାହିର ହୁସେନଙ୍କୁ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଗିରଫ କରିଛି । ତାହିର ଆଜି ରାଉଜ ଏଭେନ୍ୟୁ କୋର୍ଟରେ ଆତ୍ମସମର୍ପଣ ପାଇଁ ଅପିଲ କରିଥିଲେ । କିନ୍ତୁ କୋର୍ଟ କହିଥିଲେ, ଏହି ଆତ୍ମସମର୍ପଣ ଯାଚିକା ଉପରେ ଶୁଣାଣି କହିବା ତାଙ୍କ କାର୍ଯ୍ୟପରିଧି ମଧ୍ୟରେ ଆସୁନାହିଁଃ ଏହା ପରେ ତାହିରଙ୍କୁ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଗିରଫ କରିଛି । ଅ।।ଜି ଆତ୍ମସମର୍ପଣ ଶୁଣାଣି ସମୟରେ ତାହିରଙ୍କ ଓକିଲ କହିଥିଲେ, ଏହି ମାମଲାରେ କୋର୍ଟ କୌଣସି ନିର୍ଦ୍ଦେଶ ଦିଅନ୍ତୁ ବା କୌଣସି ଅନ୍ୟ କୋର୍ଟକୁ ଅପିଲ ବଦଳି କରନ୍ତୁ । ଏହାକୁ ନେଇ କୋର୍ଟ କହିଥିଲେ, ଏହା ଆମର କାର୍ଯ୍ୟ ପରିଧି ମଧ୍ୟରେ ନାହିଁ । ଏହା ପରେ ତାହିର କେ।।ର୍ଟଙ୍କ ପାର୍କିଂ ସ୍ଥାନକୁ ଯିବାବେଳେ କ୍ରାଇମବ୍ରାଞ୍ଚ ତାଙ୍କୁ ଗରିଫ କରିନେଲା । ଅଭିଯୁକ୍ତ ତାହିର ହୁସେନଙ୍କୁ ରାଉଜ ଏଭେନ୍ୟୁ କୋର୍ଟର ପାର୍କିଂରୁ ଗରିଫ କରି କ୍ରାଇମବ୍ରାଞ୍ଚ ଦଳ ସେଠାରୁ କ୍ରାଇମବ୍ରାଞ୍ଚ ଅଫିସ ନେଇଯାଇଥିଲା । ସେଠାରେ ତାଙ୍କୁ ପଚରାଉଚରା କରାଯିବ ।
ପୁଲିସର ତ।।ହିର ହୁସେନଙ୍କୁ ଗିରଫ କରିନେଇଛି । କିନ୍ତୁ ଗିରଫ କରିବା ପୂର୍ବରୁ ସେ ଆଜତକ ସାମ୍ବାଦିକଙ୍କୁ କହିଥିଲେ ଏହି ମାମଲାରେ ବିଜେପିର ହାତ ରହିଛି । ଏହି ହିଂସାରେ ମୋର ଜୀବନ ନଷ୍ଟ କରି ଦେଇଛି । ସେ କହିଥିଲେ ଆମର ପୁରୁଣା ବନ୍ଧୁ କପିଲ ମିଶ୍ରାଙ୍କ ଏ ସବୁ ଖେଳ । ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି । ମୁଁ ୨୪ ତାରିଖରେ ଘରୁ ବାହାରି ଯାଇଥିବା ବେଳେ ୨୫ରେ ସଂଗଠିତ ଘଟଣାରେ ମୋର କିପରି ଭୂମିକା ରହିଲା ବୋଲି ସେ ପଚାରିଛନ୍ତି । କପିଲ ମିଶ୍ରା ବିଜେପିରେ ଯୋଗ ଦେବା ପୂର୍ବରୁ ଆମ ଆଦିମୀ ପାର୍ଟିର ସଦସ୍ୟ ଥିଲେ ।