Uncategorized

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ମିଳିବନି ପାସପୋର୍ଟ

(ନୂଆଦିଲ୍ଲୀ): ଏଣିକି ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ପାସପୋର୍ଟ ପାଇଁ ଆବେଦନ କରିପାରିବେ ନାହିଁ । ଏନେଇ ବୈ÷ଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି । ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଓ ବୈଦେଶିକ ମନ୍ତ୍ରଣାଳୟର ମିଳିତ ପରାମର୍ଶ କ୍ରମେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, କାର୍ଯ୍ୟରୁ ନିଲମ୍ବିତ ଓ ଭ୍ରଷ୍ଟାଚାର ମାମଲାରେ ଦଣ୍ଡ ଭୋଗୁଥିବା ସରକାରୀ କର୍ମଚାରୀମାନଙ୍କୁ ପାସପୋର୍ଟ ମିଳିବ ନାହିଁ । ତେବେ ଏଭଳି କୌଣସି କେନ୍ଦ୍ର ବା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପାସପୋର୍ଟ ଆବେଦନ ପାଇଁ ଭିଜିଲାନ୍ସ ବିଭାଗର ଅନୁମତି ନେବାକୁ ପଡିବ । ତେବେ କୌଣସି କର୍ମଚାରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିଲେ ବା ସେ ନିଲମ୍ବିତ ହୋଇଥିବା ଜଣାପଡିଲେ ଭିଜିଲାନ୍ସ ବିଭାଗ ତାଙ୍କ ଆବେଦନକୁ ଖାରଜ ମଧ୍ୟ କରିପାରିବ । ଏନେଇ ସମସ୍ତ କେନ୍ଦ୍ର ଓ ରାଜ୍ୟଗୁଡିକର ବିଭାଗଗୁଡିକୁ ନିଦ୍ଦେର୍ଶନାମା ଜାରି ହେବ ବୋଲି ଜଣାପଡିଛି ।

Related posts

ଡ୍ରଗ୍ସ ଲିଙ୍କରେ ଯୋଡ଼ିହୋଇଛନ୍ତି ଦୀପିକା

mahabharatanews

ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ଶରଜିଲ ଇମାମ ସମର୍ଥନରେ ସ୍ଲୋଗାନ, ୫୧ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା

mahabharatanews