Uncategorized

ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

(ନୂଆଦିଲ୍ଲୀ): ତେଲେଙ୍ଗାନା ପୋଲିସ ଦ୍ୱାରା ୪ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ଘଟଣାର ଶୁଣାଣି କରି ଗୁରୁବାର ସୁପ୍ରିମକୋର୍ଟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ୩ ଜଣିଆ ତଦନ୍ତ କମିଶନ ଗଠନ କରାଯାଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବତନ ବିଚାରପତି ଭିସି ସିରପୁରକର ଏହି କମିଟିର ନେତୃତ୍ୱ ନେଇଛନ୍ତି । ୬ ମାସ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଅନ୍ୟଦେଶ ବିନା ଅନ୍ୟ କେହି ତଦନ୍ତକୁ ବାରଣ କରିପାରିବେ ନାହିଁ । ତଦନ୍ତ କମିଶନରେ ଥିବା ୩ ଜଣ ବିଚାରପତିଙ୍କୁ ସିଆରପିଏଫ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଛନ୍ତି ।
ସୂଚନାଯୋଗ୍ୟ, ହାଇଦ୍ରାବାଦର ପ୍ରାଣୀ ଚିକିତ୍ସିକାଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସ ଗତ ୬ ତାରିଖ ସକାଳେ ଏନକାଉଣ୍ଟର କରିଥିଲା । ଏହାକୁ ସମାଲୋଚନା କରି କିଛି ଲୋକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Related posts

କଂଗ୍ରେସରୁ ନିଲମ୍ବିତ ହେଲେ ସୁରଙ୍କ ପୁଅ ମନ୍ମଥ 

mahabharatanews

ଭଣ୍ଡ ବାବା ଚଳାଇଥିଲା ସେକ୍ସ ରାକେଟ: ଲୋକେ ଭିଡିଓ କରି ପଠାଇଲେ ମାମୁଁ ଘର

mahabharatanews

ଭୁଲ ଟ୍ୱିଟ କରି ସିନ୍ଧିଆ ହେଲେ ଟ୍ରୋଲ

mahabharatanews

Leave a Comment