Uncategorized

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ମିଳିବନି ପାସପୋର୍ଟ

(ନୂଆଦିଲ୍ଲୀ): ଏଣିକି ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ପାସପୋର୍ଟ ପାଇଁ ଆବେଦନ କରିପାରିବେ ନାହିଁ । ଏନେଇ ବୈ÷ଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି । ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଓ ବୈଦେଶିକ ମନ୍ତ୍ରଣାଳୟର ମିଳିତ ପରାମର୍ଶ କ୍ରମେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, କାର୍ଯ୍ୟରୁ ନିଲମ୍ବିତ ଓ ଭ୍ରଷ୍ଟାଚାର ମାମଲାରେ ଦଣ୍ଡ ଭୋଗୁଥିବା ସରକାରୀ କର୍ମଚାରୀମାନଙ୍କୁ ପାସପୋର୍ଟ ମିଳିବ ନାହିଁ । ତେବେ ଏଭଳି କୌଣସି କେନ୍ଦ୍ର ବା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପାସପୋର୍ଟ ଆବେଦନ ପାଇଁ ଭିଜିଲାନ୍ସ ବିଭାଗର ଅନୁମତି ନେବାକୁ ପଡିବ । ତେବେ କୌଣସି କର୍ମଚାରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିଲେ ବା ସେ ନିଲମ୍ବିତ ହୋଇଥିବା ଜଣାପଡିଲେ ଭିଜିଲାନ୍ସ ବିଭାଗ ତାଙ୍କ ଆବେଦନକୁ ଖାରଜ ମଧ୍ୟ କରିପାରିବ । ଏନେଇ ସମସ୍ତ କେନ୍ଦ୍ର ଓ ରାଜ୍ୟଗୁଡିକର ବିଭାଗଗୁଡିକୁ ନିଦ୍ଦେର୍ଶନାମା ଜାରି ହେବ ବୋଲି ଜଣାପଡିଛି ।

Related posts

ଆଉ ୨ କୋରୋନା ଚିହ୍ନଟ ପରେ କେରଳରେ ସଂକ୍ରମିତଙ୍କ ସଂଖ୍ୟା ୧୭

mahabharatanews

ଆସନ୍ତା ୧୮ରେ ନିର୍ଭୟା ଗଣଦୁଷ୍କର୍ମକାରୀର ଆବେଦନ ଶୁଣାଣୀ

mahabharatanews

ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ

mahabharatanews