Uncategorized

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୯, ୩୧୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ/ଶିଳାସ୍ମିତା ରାୟ: ଦେଶରେ କରୋନା ତାର କାୟା ବିସ୍ତାର କରିବାରୁ କ୍ଷାନ୍ତ ହେବାର ନାମ ନେଉନାହିଁ । ପ୍ରତିଦିନ ପୂର୍ବ ଦିନର ରେକର୍ଡ ଭାଙ୍ଗୁଛି ଏହି ମହାମାରୀ ଭୂତାଣୁ । ପରିସ୍ଥିତି ଏମିତି ହୋଇଛି କି ଆଜିର ରେକର୍ଡ ପୂର୍ବର ସବୁ ରେକର୍ଡକୁ କାଟି ଦେଇଛି । ଆଜି ୫୦ ହଜାରର ନିକଟତର ହୋଇଛି ନୂଆ ସଂକ୍ରମିତଙ୍କ ସଂଖ୍ୟା । ଆଜି ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ୪୯, ୩୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୨୮୭୯୪୫ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୧୭୨୦୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୦୬୦୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୪୪୦୧୩୫ ସକ୍ରିୟ ଆକ୍ରାନ୍ତଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୭୪୦ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୮୮୪ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୭୦ ଜଣ, ବିହାରରେ ୨୧୭ ଜଣ, ଚଣ୍ଡିଗଡ଼ରେ ୧୩ ଜଣ, ଛତିଶଗଡ଼ରେ ୩୦ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୭୪୫ ଜଣ, ଗୋଆରେ ୨୯ ଜଣ, ଗୁଜରାଟରେ ୨୨୫୨ ଜଣ, ହରିୟାଣାରେ ୩୭୮ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୮୨ ଜଣ, ଝାଡ଼ଖଣ୍ଡରେ ୬୭୨ ଜଣ, କର୍ଣ୍ଣାଟକରେ ୧୬୧୬ ଜଣ, କେରଳରେ ୫୦ ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୮୦ ଜଣ, ମହାରାଷ୍ଟ୍ରରେ ୧୨୮୫୪ ଜଣ, ମେଘାଳୟରେ ୪ ଜଣ, ଓଡ଼ିଶାରେ ୧୧୪ ଜଣ, ପୁଦ୍ଦୁଚେରୀରେ ୩୪ ଜଣ, ପଞ୍ଜାବରେ ୨୭୭ ଜଣ, ରାଜସ୍ଥାନରେ ୫୯୪ ଜଣ, ତାମିଲନାଡୁରେ ୩୨୩୨ ଜଣ, ତେଲେଙ୍ଗାନାରେ ୪୪୭ ଜଣ, ତ୍ରିପୁରାରେ ୧୦ ଜଣ, ଉତ୍ତରାଖଣ୍ଡରେ ୬୦ ଜଣ, ଉତ୍ତରପ୍ରଦେଶରେ ୧୨୮୯ ଜଣ ଏବଂ ପଶ୍ଚମବଙ୍ଗରେ ୧୨୫୫ ଜଣ ।

Related posts

ସୁନାବେଡ଼ାରେ ବାହା ବଙ୍ଗ ପର୍ବପର୍ବାଣୀ ଅନୁଷ୍ଠିତ

mahabharatanews

ଚଣ୍ଡିଗଡ ହାଇକୋର୍ଟର ବିଜାରପତି ଭାବେ ଶପଥ ନେଲେ ମୁରଲିଧର

mahabharatanews

ଭୋଟ୍ ଦେଲେ ୧୧୦ ବର୍ଷିୟ ବୃଦ୍ଧା

mahabharatanews