(ମହାଭାରତ, ଜଳେଶ୍ୱର): ଜଳେଶ୍ୱର ଅବକାରୀ ପୋଲିସକୁ ବଡ ସଫଳତା ମିଳିଛି । ଏଠାରେ ଦେଶୀ ମଦ କାରବାର ଉପରେ ରୋକ ଲଗାଇବାକୁ ଯାଇ ଅବକାରୀ ପୋଲିସ ଚଢାଉ କରିଛି । ଫଳରେ ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ ହେବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ସହରରେ ଦେଶୀ ମଦ ପ୍ରସ୍ତୁତି ଓ କାରବାର ସମ୍ପର୍କିତ ଖବର ଅବକାରୀ ବିଭାଗକୁ ମିଳିଥିଲା । ସଦର ରେଞ୍ଜ ଇନ୍ସପେକ୍ଟର ପ୍ରବୀଣ କୁମାର ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ଜଳେଶ୍ୱର ଅଞ୍ଚଳର ଶାଳିକୋଠା, ନିମପୁର, ସୋଗ, ଚକରଜୁନି, କମରଦା ଓ ବାଉଁଶଡିହା ଆଦି ଅଞ୍ଚଳରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ବେଙ୍ଗଲ ମାର୍କା ବିଦେଶୀ ମଦ ସମେତ ୭୦ ଲିଟର ଦେଶୀ ମଦ ଜବତ ହୋଇଛି । ଏହାସହ ଘଟଣାସ୍ଥଳରୁ ଅବକାରୀ ପୋଲିସ ମଦ ପ୍ରସ୍ତୁତିରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରିଛି । ଏହି ଚଢାଉ ବେଳେ ଘଟଣାସ୍ଥଳରୁ ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ସାମଗ୍ରୀଗୁଡିକୁ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଅବକାରୀ ପୋଲିସ କୋର୍ଟଚାଲାଣ କରିଛି ।
previous post
