ଓଡିଶା

ଶ୍ରୀମନ୍ଦିରର ଦଇତାପତି ନିଯୋଗ ପକ୍ଷରୁ ଏକ ଲକ୍ଷ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ

(ଜୟନ୍ତ କୁମାର ସେଠୀ, ଗୋପ): କରୋନା ମହାମାରୀ ନେଇ ରାଜ୍ୟ ସରକାର ଲଢେ଼ଇ ଜାରି ରଖିଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ବ୍ୟବସ୍ଥା କରିଛନ୍ତି । ତେବେ ଏହି ବିପତ୍ତି ବେଳେ ରାଜ୍ୟ ବାସୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ଦାନ କରିବା ପାଇଁ ସରକାର ଆହ୍ୱାନ ଦେଇଛନ୍ତି। ଏହି ଆହ୍ୱାନକୁ ଗ୍ରହଣ କରି ଶ୍ରୀମନ୍ଦିରର ଦଇତାପତି ନିଯୋଗ ପକ୍ଷରୁ ଏକ ଲକ୍ଷ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରାଯାଇଛି। ଏହି ଅର୍ଥ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପାଇଁ ନିଶ୍ଚିତ ସହାୟତା ଯୋଗାଇବା ବୋଲୀ ଦଇତାପତି ନିଯୋଗ ଆଶା ରଖିଛି । ସେହିପରି ରାଜ୍ୟ ବାସୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ନିଜ ସାଧ୍ୟ ମୁତାବକ ଅର୍ଥ ଦାନ କରିବା ପାଇଁ ଦଇତାପତି ନିଯୋଗ ପକ୍ଷରୁ ନିବେଦନ କରାଯାଇଛି। ଦଇତାପତି ନିଯୋଗର ସମ୍ପାଦକ ଦୁର୍ଗାଦାସ ମହାପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ଦଇତାପତିମାନେ ଆଜି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କୁ ଭେଟି ଏକ ଲକ୍ଷ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି।

Related posts

ଶାମ୍ବ ଦଶମୀ ପାଇଁ କୋଣାର୍କ ଚନ୍ଦ୍ରଭାଗା ଚଳଚଞ୍ଚଳ

mahabharatanews

ଓଡିଶା ଗ୍ରସ୍ତର ଅନ୍ତିମ ଦିନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ 

mahabharatanews

ମଞ୍ଜୁଲତା କହଁର ହେଲେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର

mahabharatanews