ଅପରାଧ

ଦେଶୀ ମଦ ଭାଟି ଉପରେ ଚଢାଉ, ୯ ଗିରଫ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଭଞ୍ଜନଗର ସହରରେ ରହିଥିବା ନାହାତୁଠ ସାହିର ଏକ ଦେଶୀ ମଦଭାଟି ଉପରରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ବ୍ୟବହୃତ ସରଞ୍ଜାମ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ଏକ ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ତହସିଲଦାର ଆଲୋକ କୁମାର ପ୍ରଧାନଙ୍କ ଉପସ୍ଥିତିରେ ସହରର ନାହାତୁଠ ସାହିରେ ଥିବା ଦେଶୀ ମଦ ଭାଟି ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ୨୮୦ ଲିଟର ଦେଶୀ ମହୁଲି ଜବତ କରିବା ସହ ୫୦୦୦ ପୋଚ ନଷ୍ଟ କରିଛି। ଏଥିରେ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରିବା ସହ ସମସ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

Related posts

ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାରେ ୪ ଅଭିଯୁକ୍ତ ଗିରଫ

mahabharatanews

ଓଡ଼ିଆ ଯୁବକଙ୍କୁ ସଙ୍ଘବୋଧ ଆକ୍ରମଣ ପରେ ମୃତ୍ୟୁ

mahabharatanews

ଗଞ୍ଜେଇ କେଶରେ ଫସିଗଲେ ପୋଲିସ ସାହେବ

mahabharatanews

Leave a Comment