ଓଡିଶା

ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି ଜାମୁଡ଼ାଳି ଗ୍ରାମ୍ୟ ରାସ୍ତା

ରାଇରଙ୍ଗପୁର ; ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି ଜାମୁଡ଼ାଳି ଗ୍ରାମ୍ୟ ରାସ୍ତା । ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ରାଇହରି ପଞ୍ଚାୟତର ରାଇହରିଠାରୁ ଜାମୁଡ଼ାଳି ଗ୍ରାମ୍ୟ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି । ବର୍ଷା ଯୋଗୁଁ ଏହି ମାଟି ରାସ୍ତାଟି କାଦୁଅରେ ପଚପଚ କରୁଥିବାରୁ ଯାତାୟାତ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସନ, ଭତ୍ତା ଓ ଅନ୍ୟାନ୍ୟ କାମ ପାଇଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରୁଥିବାବେଳେ, ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଲୋକମାନଙ୍କୁ ନାକେଦମ କରୁଛି | ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା ପାଇଁ ଆଜିକୁ ୧୮ ବର୍ଷ ତଳେ ଜାମୁଡ଼ାଳି ଓ ରାଇହରିର କିଛି ଲୋକ ନିଜସ୍ୱ ମାଲିକାନାରେ ଥିବା ନିଜ ଜମି ଦାନ କରି ଏହି ଦେଢ଼ କିଲୋମିଟର ବିଶିଷ୍ଟ ରାସ୍ତା ନିର୍ମାଣ କରିଥିଲେ। କିନ୍ତୁ ପରିତାପର ବିଷୟ ଏହି କି ଯେ, ଦୀର୍ଘ୍ୟ ୧୮ ବର୍ଷ ବିତିଯାଇଥିଲେ ସୁଦ୍ଧା ନାଳ ଉପରେ ଛୋଟ ପୋଲ ଓ ପୋଲର ଉଭୟ ପାର୍ଶ୍ୱରେ ୨୫ ଫୁଟର ପକ୍କା ରାସ୍ତା ଛଡା ଅନ୍ୟ କୌଣସି ଉନ୍ନତି ମୂଳକ କାମ ହୋଇନାହିଁ । ତେଣୁ ଆଗାମୀ ଦିନରେ ପ୍ରଶାସନ ଦୃଷ୍ଟି ଦେଇ ଏହି ରାସ୍ତାକୁ ପକ୍କା ସଡ଼କରେ ପରିଣତ ନ କଲେ ଲୋକେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Related posts

ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ: ଡିସେମ୍ବର ପର୍ଯ୍ୟନ୍ତ ସ୍ଲଟ ନଥିବାରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ

mahabharatanews

ମାଛ ଧରିବାକୁ ଯାଇ ୧୫ଜଣ ମତ୍ସ୍ୟଜୀବୀ ଅଟକ

mahabharatanews

ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews