ଓଡିଶା

ପବିତ୍ର ସୁନାବେଶରେ ଅଘଟଣ ; ମଠରୁ ଖସି ଜଣେ ଭକ୍ତ ଗୁରୁତର

ପୁରୀ ; ପବିତ୍ର ସୁନାବେଶରେ ଅଘଟଣ। ରାଧାବଲ୍ଲଭ ମଠରୁ  ଖସି ଜଣେ ଭକ୍ତ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତ ଭକ୍ତ ଜଣଙ୍କ ହେଉଛନ୍ତି ଜଗତସିଂହପୁର ପାଟେଳୀ ଗାଁର ବାବାଜୀ ବେହେରା। ତାଙ୍କୁ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ସେ କେଉଁ ପରିସ୍ଥିତିରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାଧାବଲ୍ଲଭ ମଠ ଉପରକୁ ଯାଇଥିଲେ ଓ କିଭଳି ଖସି ପଡିଲେ ତାହା ସ୍ପଷ୍ଟ ହୋଇନାହିଁ ।ସମ୍ଭବତଃ ମାଙ୍କଡ଼ ଗୋଡାଇବା ଯୋଗୁଁ ସେ ଇତଃ ସ୍ତତଃ ହୋଇ ଖସି ପଡିଥିବା ସନ୍ଦେହ କରାଯାଉଛି ।

Related posts

ପରାଦ୍ୱୀପରେ ଆରମ୍ଭ ହେଲା କୋଭିଡ ହସ୍ପିଟାଲ

mahabharatanews

ନୂଆଖାଇରେ ବନ୍ଦ ରହିବ ବ୍ୟାଙ୍କ

mahabharatanews

ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶାକୁ ସ୍ବର୍ଣ୍ଣ ପଦକ

mahabharatanews