ଓଡିଶା

ଦୋକାନ ଉପରେ ମାଡିଗଲା ଟ୍ରକ

(ମହାଭାରତ, ନୂଆପଡା): ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଖରିଆର ରୋଡରେ ଶନିବାର ଭୋରରେ ୩ଟି ଦୋକାନ ଉପରେ ଏକ ଟ୍ରକ ମାଡି ଯାଇଛି । ଫଳରେ ଦୋକାନଗୁଡିକ ଭାଙ୍ଗିରୁଜି ଯାଇଛି । ଏଥିରେ କେହି ମୃତାହତ ହୋଇ ନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଭୋର ପ୍ରାୟ ୪ଟାରେ ଏକ ମାଲ ବୋଝେଇ ଟ୍ରକ ରାୟପୁରରୁ ବିଶାଖାପାଟଣା ଯାଉଥିଲା । ମାତ୍ର ଟ୍ରକଟି ଭାରସାମ୍ୟ ହରାଇ ରେଲୱେ ଫାଟକ ପାଖରେ ଥିବା ୩ଟି ଦୋକାନ ଉପରେ ମାଡି ଯାଇଥିଲା । ଟ୍ରକ ଡ୍ରାଇଭରକୁ ନିଦ ଲାଗିବା ଯୋଗୁ ଏପରି ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।

Related posts

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ: ମୁଖ୍ୟମନ୍ତ୍ରୀ

mahabharatanews

ଆସନ୍ତା ୧୫ ତାରିଖ ଯାଏଁ ଝଡ଼ବର୍ଷା

mahabharatanews

ଜନ୍ମ ନେଲା ଆନାକୋଣ୍ଡା ; ନନ୍ଦନକାନନ ଇତିହାସରେ ପ୍ରଥମଥର

mahabharatanews