ଓଡିଶା

“ନକଲି ଔଷଧ ଧରପଗଡ଼ ପାଇଁ ସବୁ ଜିଲ୍ଲାରେ ହେବ ଚଢ଼ଉ” : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

ଭୁବନେଶ୍ୱର : ନକଲି ଔଷଧ ବିକ୍ରି ଅଭିଯୋଗ | କଟକରେ ୨ଜଣ ଗିରଫ ହୋବା ସହ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ନକଲି ଔଷଧ ଧରପଗଡ଼ ନିମନ୍ତେ ଚଢ଼ଉ ଜୋରଦାର ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ରାଜ୍ୟରେ ନକଲି ଔଷଧ ବିକ୍ରି ଓ ଯୋଗାଣକୁ କୌଣସି ପରିସ୍ଥିତିରେ ବି ସରକାର ବରଦାସ୍ତ କରିବେ ନାହିଁ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ, କାହାରିକୁ ଛଡ଼ାଯିବ ନାହିଁ । କଟକ ଓ ଭୁବନେଶ୍ୱର ଓ ବ୍ରହ୍ମପୁରର ବିଭିନ୍ନ ମେଡିସିନ୍ ଷ୍ଟୋର ଓ ଡିଷ୍ଟ୍ରିବ୍ୟୁଟର ଉପରେ ଚଢ଼ଉ ପରେ ବ୍ଲଡପ୍ରେସରର ନକଲି ଔଷଧ ‘ଟେଲମା-୪୦’ ମିଳିଥିଲା । ଯାହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା| ଏହି ପରେ ନକଲି ଟେଲମା-ଏମ୍ ଓ ଟେଲମା-୪୦ କୁ ଜବତ କରିଛନ୍ତି । ମଙ୍ଗଳବାର କମିଶନରେଟ ପୁଲିସ ଏହି ନକଲି ଔଷଧ ଯୋଗାଣ ମାମଲାରେ ୨ଜଣଙ୍କୁ ଗିରଫ କରିଛି ।

Related posts

ଆମ୍ବୁଲାନ୍ସ ଟ୍ରେଲର ମୁହାଁମୁହିଁ ଧକ୍କା; ୪ ମୃତ

mahabharatanews

Big Update : 20ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର

mahabharatanews

ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା

mahabharatanews