ଓଡିଶା

ଆମ୍ବୁଲାନ୍ସ ଟ୍ରେଲର ମୁହାଁମୁହିଁ ଧକ୍କା; ୪ ମୃତ

ରାୟଗଡା: ଆମ୍ବୁଲାନ୍ସ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ୪ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି । ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଂଜରିକୋପା ନିକଟରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଚିକିତ୍ସା ସାରି ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ଫେରୁଥିବା ସମୟରେ ଝାରସୁଗୁଡାରୁ ଟିକିରି ଯାଉଥିବା ଏକ ଟ୍ରେଲର ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ସମେତ ମୋଟ ୬ ଜଣ ଚାପି ହୋଇଯାଇଥିଲେ । ତେବେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି ମେଡିକାଳରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବାକି ଦୁଇ ଜଣ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ବି ଗୁରୁତର ରହିଛି ।

Related posts

ରାଜ୍ୟରେ କରୋନା ସଂକ୍ରମଣ ବଢିଛି ; ୧୬୪ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଚାଷୀ ଆନ୍ଦୋଳନ ଓ ସମସ୍ୟା ନେଇ ମୋହନଙ୍କ ସହ କଥାହେଲେ ଧର୍ମେନ୍ଦ୍ର

mahabharatanews

କମୁଛି ସଂକ୍ରମଣ: ରାଜ୍ୟରେ ୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews